ହେଡଲାଇନସ୍:

ମାଲକାନଗିରି ଜିଲ୍ଲା ଗସ୍ତରେ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କ୍ରୀଡ଼ା ଓ ଆଇଟି ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା

ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନେଟ୍ ଏବଂ ମୋବାଇଲ୍ ନେଟ୍ଓ୍ୱାର୍କ ସହଜ ଉପଲବ୍ଧତା ଉପରେ ଦେଲେ ଗୁରୁତ୍ୱ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଚାରି ଦିନିଆ ଦକ୍ଷିଣ ଓଡ଼ିଶା ଜିଲ୍ଲା ଗସ୍ତରେ ଆସି ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ମଧ୍ୟାହ୍ନରେ ମାଲକାନଗିରି ଜିଲ୍ଲାରେ ପହଂଚିଛନ୍ତିା 

ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲା ସର୍କିଟ ହାଉସ୍ ଠାରେ  ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ, ଏଡିଏମ୍, ଜିଲ୍ଲା କ୍ରୀଡ଼ା ଅଧିକାରୀ ଏବଂ ଜିଲ୍ଲା ଇ-ପରିଚାଳକଙ୍କ ସହ ଜିଲ୍ଲାର କ୍ରୀଡ଼ା ଓ ଆଇଟି ଭିତ୍ତିଭୂମି ଉପରେ ଆଲୋଚନା କରିଥିଲୋ ଜିଲ୍ଲାରେ ଭାରତ ନେଟ୍ କାର୍ଯ୍ୟକ୍ରମ ସହ ସାଧାରଣ ଲୋକ ଓ ଛାତ୍ରଛାତ୍ରୀ କିପରି ସହଜରେ ଇଣ୍ଟରନେଟ୍ ବ୍ୟବସ୍ଥା ଏବଂ ମୋବାଇଲ୍ ନେଟ୍ଓ୍ୱାର୍କ ପାଇପାରିବେ ସେ ସଂପର୍କରେ ମନ୍ତ୍ରୀ ଆଲୋଚନା କରିଥିଲୋ ଏଥି ସହିତ ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମି, ସୁବିଧା-ଅସୁବିଧା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲୋ ଆଜିର ଗସ୍ତ ଅବସରରେ ଅନେକ ସ୍ଥାନୀୟ ନେତା ଓ ଜନପ୍ରତିନିଧି ମନ୍ତ୍ରୀଙ୍କୁ ଭେଟି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ପାଇଁ ଧନ୍ୟବାଦ ଦେବା ସହ ମନ୍ତ୍ରୀଙ୍କ ନିରନ୍ତର ଗସ୍ତ ଫଳରେ ଜିଲ୍ଲାରେ ଅନେକ ବିକାଶମୂଳକ କାର୍ଯ୍ୟ ଆଗେଇ ପାରିଛି ବୋଲି କହିଥିଲୋ 

ଆସନ୍ତାକାଲି ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲା ଯୋଜନା କମିଟି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛିା ପୂର୍ବଥର କୋଭିଡ୍ ମହାମାରୀ ପାଇଁ ଏହି ବୈଠକ ଭର୍ଚୁଆଲ ମାଧ୍ୟମରେ ହୋଇଥିବାବେଳେ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଥିବାରୁ ଚଳିତ ବୈଠକ ପ୍ରତ୍ୟକ୍ଷ ଭାବେ ଅନୁଷ୍ଠିତ ହେବା ବୈଠକରେ ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ କୋଭିଡ୍ ପାଇଁ ଧିମେଇ ଯାଇଥିବା ବିଭିନ୍ନ ପ୍ରକଳ୍ପ କିପରି ଆଗେଇ ପାରିବ ସେ ନେଇ ବିସ୍ତୃତ ଆଲୋଚନା କରାଯିବ ବୋଲି ସୂଚନା ମିଳିଛିା ମନ୍ତ୍ରୀଙ୍କ ଏହି ଗସ୍ତ ନେଇ ଜିଲ୍ଲାର ବୁଦ୍ଧିଜୀବୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛିା ବର୍ତ୍ତମାନ ନୂଆ ଜିଲ୍ଲାପାଳ ଦାୟିତ୍ୱ ନେଇଥିବାରୁ ମନ୍ତ୍ରୀଙ୍କ ଏହି ଗସ୍ତ ଓ ସମୀକ୍ଷା କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳରେ ଖୁସିର ବାତାବରଣ ସୃଷ୍ଟି ହୋଇଛିା 

ଆସନ୍ତା ୧୬ ତାରିଖରେ ମନ୍ତ୍ରୀ ଶ୍ରୀ ବେହେରା ନବରଙ୍ଗପୁର, ନନ୍ଦାହାଣ୍ଡି, ପାପଡ଼ାହାଣ୍ଡି, ଡାବୁଗାଁ, କୋଡ଼ିଗାଁ ଅଞ୍ଚଳ ଗସ୍ତରେ ଯାଇ କ୍ରୀଡ଼ା ଭିତ୍ତିଭୂମିର ତଦାରଖ କରିବା ସହ ୧୭ ତାରିଖରେ ରାଇଘର, ଚନ୍ଦାହାଣ୍ଡି, ଝରିଗାଁ, ଉମରକୋଟ ଏବଂ ତେନ୍ତୁଳିଖୁଣ୍ଟି ଅଞ୍ଚଳ ଗସ୍ତ କରି କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କରିବୋ 

0
0
0
s2sdefault