ବରଗଡ଼ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ର ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ମନଲୋଭା ପ୍ରାକୃତିକ ପରିବେଶ ରେ ରହିଛି ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପିଠ । ଏହି ପୀଠରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ମାର୍ଜର କେଶରୀ ରୂପରେ ପୂଜା ପାଇଥାନ୍ତି । ଏହି ପବିତ୍ର ପୀଠର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ଅନେକ ପ୍ରଶଂସନୀୟ କାର୍ଯ କରାଯାଉଛି । ଏହି କ୍ରମରେ ଆଜି ମନ୍ଦିର ପରିସର ନିକଟରେ ଥିବା ଅମ୍ବ ବଗିଚା ନିକଟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର କୁମାର ମେହେର , ବରିଷ୍ଠ ସାମ୍ବାଦିକ ତଥା ପ୍ରକୃତି ପ୍ରେମୀ ଶ୍ରୀ ବିଜୟ କୁମାର ସାହୁ , ମନ୍ଦିର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ , ବରିଷ୍ଠ ସେବାୟତ ଶ୍ରୀ ସୁବୋଧ ପଣ୍ଡା , ମନ୍ଦିରରେ କାର୍ଯରତ କର୍ମଚାରୀ , ମହାପ୍ରଭୁଙ୍କ ସେବାୟତ ମାନେ , ମନ୍ଦିର ପରିସରରେ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ବୃକ୍ଷରୋପଣ କରିଥିଲେ । ଏହି କରାକ୍ରମ ମାଧ୍ୟମରେ ଆମ୍ବ , ପଣସ ଓ ଅନ୍ୟ ପ୍ରଜାତିର ପ୍ରାୟ ପାଞ୍ଚଶହ ଫଳ ଗଛ ଲଗାଯିବ ବୋଲି ମନ୍ଦିର କାର୍ଯନିର୍ବାହୀ ଅଧିକାରୀ ସୂଚନା ପ୍ରଦାନ କରିଥିଲେ ।
ରାଜ୍ୟ
ପବିତ୍ର ପୀଠ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ବୃକ୍ଷ ରୋପଣ
- Hits: 833