ହେଡଲାଇନସ୍:

ମନ୍ତ୍ରୀଙ୍କର ଲୋକପ୍ରିୟତା ବିରୋଧୀଙ୍କୁ ଛାନିଆ କରୁଛି - ପ୍ରଦ୍ୟୁମ୍ନ ତ୍ରିପାଠୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେବଳ ଭାଷଣବାଜିରେ ବିଶ୍ୱାସ କରୁଥିବା ବିରୋଧୀ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି :- ନୀଳ କୁମାରୀ ନାୟକ

 ବରଗଡ :-ବିରୋଧୀ ଦଳ ଯେଉଁ ଅସ୍ତ୍ର ପ୍ରୟୋଗ କଲେ ବା ଯେତେ ବଦନାମ କରିବାକୁ ଉଦ୍ୟମ କଲେ ବି ପଶ୍ଚିମ ଓଡ଼ିଶାର ଟାଣୁଆ ଯୁବନେତା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତାରେ ସାମାନ୍ୟ ଗ୍ରହଣ ଲଗାଇବାକୁ ଏଯାବତ ସଫଳ ହୋଇପାରିନାହାନ୍ତି | ଯେତେ ଯେଉଁଥିରେ ଛନ୍ଦି ତାଙ୍କ ବିରୋଧରେ କଳଙ୍କ ବୋଲିବାକୁ ଚେଷ୍ଟା କଲେ ବି ଲୋକଙ୍କ ଭିତରେ ଲୋକଙ୍କ ପାଇଁ ଜୀବନ ଜିଉଁଥିବା ତଥା ଲୋକଙ୍କ ଦୁଃଖ ସୁଖର ସାଥି ସୁଶାନ୍ତ ସିଂଙ୍କ ବିରୋଧରେ କୌଣସି ବି ବାଜିରେ ସଫଳ ହୋଇପାରିନାହାନ୍ତି ପ୍ରତିଦ୍ବନ୍ଦ୍ବୀ ମାନେ ବିଜେପୁର ପ୍ରଥମ ଉପନିର୍ବାଚନ ଠାରୁ ଏଯାଏ | ଶ୍ରୀ  ସିଂ ନିଜର ଜନସେବା ବଳରେ ଅଧିକରୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛନ୍ତି । କରୋନା କାଳରେ ନେତାମାନେ ଯେତେବେଳେ ଘରୁ ବାହାରିବାକୁ କୁଣ୍ଠାବୋଧ କରୁଥିଲେ ସେତେବେଳେ ଲୋକଙ୍କ ପାଖରେ ଚବିଶି ଘଣ୍ଟା ସମର୍ପିତ ହୋଇ ସେ ଜଣେ ସାଧାରଣ ମଣିଷ ଭଳି କରି ଆସିଥିବା ସେବାକୁ ଯିଏ ଆଖିରେ ଦେଖିଛି ସେ ଜାଣିଛି ସୁଶାନ୍ତ କି ଧରଣର ମଣିଷ |  ରାଜନୀତିରେ ଆସିବା ବହୁ ପୂର୍ବରୁ ଦୁଖୀ ଦରିଦ୍ର ଙ୍କର ସେବାରେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ , ଅତି ସାଧାରଣ ଜୀବନ ଯାପନ କରୁଥିବା ମନ୍ତ୍ରୀ ସୁଶାନ୍ତ ସିଂ ଙ୍କର ଭଳି ଜଣେ ନେତା ଯାହାର ପ୍ରଶଂସା ତାଙ୍କର ସମାଲୋଚକ ମାନେ ବି କରିଥାନ୍ତି । ହେଲେ ବିରୋଧୀ ଯେତେବେଳେ କିଛି ଟିକେ ସୁଯୋଗ ପାଇଛନ୍ତି, ଟାଣିଓଟାରି ସୁଶାନ୍ତଙ୍କୁ ତା ଭିତରେ ପୁରାଇବାକୁ ଚେଷ୍ଟା କରନ୍ତି | ହେଲେ କେବେବି ସଫଳତା ସେମାନଙ୍କ ହାତ ଲାଗିନି | ସେମିତି  ଗତକାଲି ବଲାଙ୍ଗୀର ଜିଲ୍ଲାର ଏକ ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଏକ ନିର୍ଦିଷ୍ଟ ଗଣମାଧ୍ୟମ ଦ୍ୱାରା ମନ୍ତ୍ରୀଙ୍କର ବିଵୋଧରେ କରାଯାଉଥିବା ଅପପ୍ରଚାରକୁ ଦୃଢ଼ ଭାବରେ ନିନ୍ଦା କରିବା ସହିତ ତୀବ୍ର ପ୍ରତିକ୍ରିୟା ରଖିବା ସହିତ କଡା ଭାଷାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ପଦସ୍ଥ କର୍ମକର୍ତ୍ତାମାନେ । କଥାଟି ହେଲା ଜଣେ ଲୋକଙ୍କର ଘରୁ  ପିଡ଼ିଏସ ଚାଉଳ ଜବତ କରାଯାଇଥିଲା । ଭାଇରାଲ ହେଉଥିବା ଖବ ରେ ଏହି ଘଟଣା ପାଇଁ ପଟଣାଗଡ଼ ବିଧାୟକ ଶ୍ରୀ ସରୋଜ ମେହେର ଓ ବଲାଙ୍ଗୀର ଜିଲ୍ଲାର ଦାୟିତ୍ୱରେ ଥିବା ମନ୍ତ୍ରୀ ସୁଶାନ୍ତ ସିଂ ଙ୍କୁ ଟାର୍ଗେଟ କରାଯାଇଥିଲା । ମନ୍ତ୍ରୀଙ୍କୁ ଉକ୍ତ ଘଟଣା ସହିତ ଯୋଡି ସମ୍ବାଦ ସଂସ୍ଥା ତରଫରୁ କରାଯାଇଥିବା ଅପପ୍ରଚାରକୁ ବିରୋଧ କରି ଗତକାଲି ଠାରୁ ସାମାଜିକ ଗଣମାଧ୍ୟମ ଉଠୁଛି ଆଉ ପଡୁଛି ।

    ନିଜ ପ୍ରତିକ୍ରିୟା ରେ ବିଜୁ ମହିଳା ଜନତା ଦଳର ବରଗଡ଼ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ନୀଳ କୁମାରୀ ନାୟକ କହିଛନ୍ତି ଯେ , ବିଜୁ ଜନତା ଦଳ ର ନେତୃତ୍ୱ ତଥା ଦଳର ନେତା ଓ କର୍ମୀ ମାନେ ଭାଷଣବାଜିରେ ବିଶ୍ୱାସ କରନ୍ତି ନାହିଁ । ଲୋକଙ୍କର ମଙ୍ଗଳ ପାଇଁ ଦିନରାତି ପ୍ରୟାସ କରୁଥିବା ମାନ୍ୟବର ମନ୍ତ୍ରୀ ଙ୍କର ସାଙ୍ଗଠନିକ ଦକ୍ଷତା ବିରୋଧୀ ମାନଙ୍କୁ ଭୟଭୀତ କରୁଛି । ଅନେକ ଜନକଲ୍ୟାଣ କାରୀ ଯୋଜନାର ତୃଣମୂଳ ସ୍ତରରେ ସଫଳତାର ସହିତ କାର୍ଯକାରୀ କରି ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଶଂସିତ ହେଉଛନ୍ତି । ଏହା ସହିତ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କୁ ଦଳ ତରଫରୁ କିଛିଦିନ ତଳେ ଦଳର ମୁଖିଆ ଙ୍କର ଦ୍ୱାରା ପ୍ରଦାନ କରାଯାଇଥିବା ଦୁଇ ଗୋଟି ଜିଲ୍ଲାର ଗୁରୁଦାୟିତ୍ୱ ବିରୋଧୀ ଙ୍କର ହୋଶ ଉଡେଇ ଦେଇଛି । ସାଧାରଣ ଜନତାଙ୍କର ହିତ ବିଷୟରେ ଚିନ୍ତା କରିବା ପରିବର୍ତ୍ତେ ବିରୋଧୀ  ମନ୍ତ୍ରୀ ସୁଶାନ୍ତ ସିଂ ଙ୍କୁ ଦଳ ତରଫରୁ ବଲାଙ୍ଗୀର ଜିଲ୍ଲାର ଦାଇତ୍ୱ ପ୍ରଦାନ କରାଯାଇଥିବାରୁ ବର୍ତ୍ତମାନ ବିରୋଧୀ ନିଜର ହତାଶ ଭାବକୁ ଲୁଚେଇବାକୁ ଯାଇ  ଔଷଧ ବିକଳରେ ତାଟିଆ କାମୁଡିବା ଅବସ୍ଥାରେ ପହଂଛି ଗଲାଣି । ବର୍ତ୍ତମାନ ନିଜର ସ୍ଥିତିକୁ ବଞ୍ଚେଇ ରଖିବା ପାଇଁ ବିରୋଧୀ ମନ୍ତ୍ରୀ ଙ୍କର ବିରୋଧ ରେ ଅପପ୍ରଚାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଯାହାକୁ କି ଜନତା କଦାପି ଗ୍ରହଣ କରିବେ ନାହିଁ । 

   ସେହିଭଳି ଜିଲ୍ଲା ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ନିଜର ପ୍ରତିକ୍ରିୟା ରେ କହିଛନ୍ତି ଯେ କେବଳ ବରଗଡ଼ ଜିଲ୍ଲାରେ ନୁହେଁ ପୁରା ପଶ୍ଚିମ ଓଡ଼ିଶାରେ ଦିନକୁ ଦିନ ବୃଦ୍ଧି ପାଉଥିବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ଲୋକପ୍ରିୟତା ବିରୋଧୀ ଙ୍କୁ ଛାନିଆ କରି ପକେଇଛି । ଲୋକାଭିମୁଖୀ କାର୍ଯ କରିବା ପରିବର୍ତ୍ତେ କଲେ , ବଳେ , କୌଶଳେ , ବିରୋଧୀ ବର୍ତମାନ ନିଜର ଅସ୍ଥିତ୍ଵ ଖୋଜୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀ  ବଲାଙ୍ଗୀର ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଦାଇତ୍ୱ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ପ୍ରଦାନ କରିଥିବାରୁ ବର୍ତମାନ ନିଜ ନିଜ ଭିତରେ ମାରପିଟ ହେଉଥିବା ,ଓ ବିଗତ ଦିନରେ ବିରୋଧୀ ତୁଙ୍ଗ ନେତା ମାନଙ୍କର ନାମରେ ହୋଇଥିବା ପିଡ଼ିଏସ ଦୁର୍ନୀତି ଓ ସରକାରୀ କାର୍ଯନୁଷ୍ଠାନ ବଲାଙ୍ଗୀର ବସି ଭୁଲି ନାହାନ୍ତି । ବର୍ତମାନ ପରିସ୍ଥିତି ଏପରି ହେଲାଣି ଯେ ,  ବିରୋଧୀ ଲୋକଙ୍କ ପାଖକୁ ଯିବା ପାଇଁ ଭୟଭୀତ । ବିରୋଧୀ ମନ୍ତ୍ରୀ ଙ୍କର ବିରୋଧରେ  ବିରୋଧୀ ଯେତେ  ଅପପ୍ରଚାର କଲେ ମଧ୍ୟ ରାଜ୍ୟବାସୀ ଙ୍କୁ ଭୁଆଁ ବୁଲଇ ପାରିବେ ନାହିଁ , ଓଡିଶା ବାସୀ ବିରୋଧୀ ଙ୍କୁ ସଠିକ ସମୟରେ କଡା ଜବାବ ଦେବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

0
0
0
s2sdefault