ହେଡଲାଇନସ୍:

ଅସରାଏ ବର୍ଷାରେ ପ୍ରସିଦ୍ଧ ବୌଦ୍ଧ ମନ୍ଦିର ସମ୍ମୁଖରେ ଜଳାଶୟର ଭ୍ରମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ : ଘଣ୍ଟାଏ ବର୍ଷାରେ ଦିନ ଦିନ ଧରି ପାଣି ଘେର ରେ ରହୁଛି ବୌଦ୍ଧ ମନ୍ଦିର । ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ଗନିଆଁପାଲି ସ୍ଥିତ ପ୍ରସିଦ୍ଧ ବୌଦ୍ଧ ମନ୍ଦିର  କୁ ନେଇ ସମଗ୍ର ବରଗଡ଼ ଜିଲ୍ଲାବାସୀ ଗର୍ବ କରିଥାନ୍ତି ।  ହେଲେ ଜିଲ୍ଲାପ୍ରଶାସନ ର ଅବହେଲା ଯୋଗୁଁ ପ୍ରସିଦ୍ଧ ବୌଦ୍ଧ ମନ୍ଦିର ଅବହେଲିତ ହୋଇ ଜିଲ୍ଲାବାସୀ ଙ୍କ ଗର୍ବ କୁ ଚୁରମାର କରିଛି । ଏବେ ବର୍ଷା ମାସରେ ଘଣ୍ଟାଏ ବର୍ଷା ହେଲେ ମନ୍ଦିର ସମ୍ମୁଖରେ ଅଣ୍ଟୁଏ ପାଣି ଜମି ସମୁଦ୍ର ର ଭ୍ରମ ସୃଷ୍ଟି କରୁଛି।  ପାଣି ନିଷ୍କାଶନ ପାଇଁ କୌଣସି ସୁବିଧା ନାହିଁ । ପୁର୍ଵରୁ ଏଭଲି ପାଣି ଜମୁଥିବା ଦେଖି ମନ୍ଦିର ସମ୍ମୁଖ କୁ ସିମେଣ୍ଟ କଂକ୍ରିଟ କରାଗଲା ପାଣି ନିସ୍କାସନ ହେବ ବୋଲି । ହେଲେ ଲକ୍ଷାଧିକ ଟଙ୍କାର ଠିକା ଆଣି ଯେଉଁ ଭଲି ଭାବେ କଂକ୍ରିଟ କାମ କଲେ ତାହା ଏବେ ଆହୁରୀ ଅଧିକ ପାଣି ଜମିରହୁଛି । ଟିକିଏ ବର୍ଷା ହେଲେ କେଇ ଘଣ୍ଟା ନୁହେଁ ଦିନ ଦିନ ଧରି ମନ୍ଦିର ସମ୍ମୁଖରେ ପାଣି ଜମିରହୁଛି । ଏହି ସମସ୍ୟା ର ସମାଧାନ ପାଇଁ ସ୍ଥାନୀୟ ସରପଞ୍ଚ,ବ୍ଲକ ପ୍ରଶାସନ କେହି ବି ଦୃଷ୍ଟି ଗୋଚର କରୁନଥିବା ଅଭିଯୋଗ ହେଉଛି।

0
0
0
s2sdefault