ହେଡଲାଇନସ୍:

ବିପୁଲ ମାତ୍ରାରେ ଦେଶୀ ମଦ ସହିତ ପାଞ୍ଚ ଗିରଫ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- କ୍ରମାଗତ ଭାବରେ ପଦ୍ମପୁର ଉପଖଣ୍ଡରେ ବଢ଼ିବାରେ ଲାଗିଛି ଦେଶୀ ମଦର ଚୋରା ବ୍ୟବସାୟ । ପ୍ରଶାସନ ର ସତ ଚେଷ୍ଠା ସତ୍ତ୍ୱେ ଚୋରା ବ୍ୟବସାୟୀ ମାନଙ୍କର ପ୍ରାଦୁର୍ଭାବ କମୁ ନାହିଁ । ଅବକାରୀ ବିଭାଗର ଅଧିକାରୀ ମାନେ କ୍ରମାଗତ ଭାବରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହିତ ଚୋରା ବ୍ୟବସାୟୀ ମାନଙ୍କୁ ଗିରଫ ମଧ୍ୟ କରୁଛନ୍ତି । ଏହିକ୍ରମରେ ଆଜି ପାଇକମାଲ ବ୍ଲକ ର ଖଇରା ଗ୍ରାମ ଓ ପଦ୍ମପୁର ବ୍ଲକର ବରିକେଲ ଗ୍ରାମର ଦୁଇ ଗୋଟି ସ୍ଥାନରେ ଚଢ଼ାଉ କରି ଏକ ସହ ପଞ୍ଚାବନ ଲିଟର ଦେଶୀ ମଦ ସହିତ ମୋଟ ପାଞ୍ଚ ଜଣ ଅଭିଯୁକ୍ତ କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରବି ଶଙ୍କର ଖୁତୁଲା , ଟିକେଚନ ସାମିନି , ନୁରାଧନ ମରହି , ସୁନ୍ଦର ମରହି , ନରୋତ୍ତମ ମରହି । ବରଗଡ଼ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ ପଟ୍ଟନାୟକ ଙ୍କର ନିର୍ଦେଶ କ୍ରମେ , ଅବକାରୀ ନିରୀକ୍ଷକ କୁବେର ସେଠ , ଉପ ନିରୀକ୍ଷକ ହେମକାନ୍ତ ସୁନା ,ଏ ଏସ ଆଇ ବିଜୟ ପାଣିଗ୍ରାହୀ , ରାଜକୁମାର ବେହେରା , କେଶବ ବେହେରା ରଞ୍ଜନ ସେଠ ପ୍ରମୁଖ ଆଜିକାର ଚଢ଼ାଉରେ ସାମିଲ ଥିଲେ ।

0
0
0
s2sdefault