-
ଖାଁ ଖାଁ ଲାଗୁଛି ପ୍ରସିଦ୍ଧ ଦଧିବାମନ ପୀଠ
-
ମନ୍ଦିର ବେଢା ବାହାରୁ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରିଲେ ମନ୍ତ୍ରୀ ସୁଶାନ୍ତ
ବରଗଡ :- ଆଜି ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା । ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଓ ବିଶ୍ୱପ୍ରସିଦ୍ଧ ଚକ୍ର ତୀର୍ଥ ଭଟଲି ଠାରେ ରଥଯାତ୍ରାର ବିଶେଷ ମହତ୍ଵ ରହିଛି । ମହାମାରୀ ପୂର୍ବରୁ ଏହି ଉଭୟ ତୀର୍ଥ କ୍ଷେତ୍ରରେ ରଥଯାତ୍ରା ଦିନ ପ୍ରବଳ ଜନସମାଗମ ହେଉଥିଲା । ହଜାର ହଜାର ଶ୍ରଦ୍ଧାଳୁ ଙ୍କର ଉପସ୍ଥିତି ରେ ମହାପ୍ରଭୁ ଙ୍କର ରଥ ଟଣା ହେଉଥିଲା କିନ୍ତୁ ବିଗତ ଦୁଇ ବର୍ଷ ହେଲା ମହାମାରୀ କାରଣରୁ ସବୁ ବନ୍ଦ ରହିଛି । ଗତ କିଛିଦିନ ତଳେ ମାନ୍ୟବର ଅଦାଲତ ଦେଇଥିବା ନିର୍ଦେଶ ଅନୁସାରେ ରଥାରୂଢ ହୋଇ ପାରିନାହାନ୍ତି ମହାପ୍ରଭୁ ।
ଆଜି ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ପରିସରରେ ସକାଳୁ ମନ୍ଦିର କତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ଙ୍କର ଦ୍ୱାରା ପୁରା ପରିସରରକୁ ଏକ ପ୍ରକାର ସିଲ କରି ଦିଆ ଯାଇଥିଲା । ମନ୍ଦିର ଟ୍ରଷ୍ଟ ବୋର୍ଡର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ତଥା ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର ମେହେର , ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ତଥା କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଙ୍କର ପ୍ରତକ୍ଷ ଦେଖାଶୁଣାରେ କେବଳ ମହାପ୍ରଭୁ ଙ୍କର ନୀତି ପାଳନ କରାଯାଇଥିଲା । ମନ୍ଦିର ବେଢା ଭିତରକୁ ପ୍ରବେଶ ଉପରେ ରହିଥିଲା ସ୍ୱତନ୍ତ୍ର କଟକଣା ।
ସେହିଭଳି ବିଶ୍ୱପ୍ରସିଦ୍ଧ ଚକ୍ରତୀର୍ଥ ଥରେ ପବିତ୍ର ଘୋଷଯାତ୍ରା ଅବସରରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ମନ୍ଦିର ବେଢା ଭିତରକୁ ପ୍ରବେଶ ଉପରେ କଟକଣା ରହିଥିଲା । ଭଟଲି ବିଧାୟକ ତଥା ରାଜ୍ୟ ସରକାରଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ମନ୍ଦିର ବେଢା ବାହାରୁ ସମସ୍ତଙ୍କର କଲ୍ୟାଣ କାମନା କରି ମହାପ୍ରଭୁ ଦଧିବାମନ ଙ୍କୁ ମୁଣ୍ଡିଆ ମାରିଥିଲେ । କୋରୋନା କଟକଣା କାରଣରୁ ରଥଯାତ୍ରାର ପବିତ୍ର ଅବସରରେ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ ପାଇ ନପାରିଥିବାରୁ ଲୋକଙ୍କର ମନ ବହୁତ ଦୁଃଖିତ ଥିବାର ମଧ୍ୟ ଦେଖିବାକୁ ମିଳିଛି ।