ଭୁବନେଶ୍ୱର : ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ବାଗଚି-କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ଏବଂ ବାଗଚି-ଶ୍ରୀ ଶଙ୍କର କର୍କଟ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି |
ଏହାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି " ବାଗଚି-କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ଏବଂ ବାଗଚି-ଶ୍ରୀ ଶଙ୍କର କର୍କଟ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଁ ଅତ୍ୟନ୍ତ ଖୁସି। ୭୫୦ ଶଯ୍ୟା ବିଶିଷ୍ଟ ଏହି କ୍ୟାନସର ହସ୍ପିଟାଲ ଲୋକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବାରେ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଲୋକଙ୍କ ସୁବିଧା ପାଇଁ ଏଠାରେ ବିନା ମୂଲ୍ୟରେ ଉତ୍ତମ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବାକୁ ସମସ୍ତ ବ୍ୟବସ୍ଥା ହୋଇଛି। ଓଡ଼ିଶାରେ ଏହି ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପ୍ରତିଷ୍ଠା ଦିଗରେ ଶ୍ରୀମତୀ ସୁସ୍ମିତା ବାଗଚୀ ଏବଂ ଶ୍ରୀ ସୁବ୍ରତ ବାଗଚୀଙ୍କ ଉଦ୍ୟମ ପାଇଁ ମୁଁ ସେମାନଙ୍କୁ ସାଧୁବାଦ ଜଣାଉଛି।"