ହେଡଲାଇନସ୍:

ଜଣେ ମହିଳା ନିଖୋଜ ନେଇ ପଡିଆ ଥାନାରେ ଏତଲା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ କତାଗୁଡା ଗ୍ରାମର ଜଣେ ମହିଳା ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ନିଖୋଜ ମହିଳା ହେଉଛନ୍ତି ସ୍ଵପ୍ନା ବାୟା, ସେ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ କତାଗୁଡା ଗ୍ରାମରେ ଆଶା କର୍ମୀ ଭାବେ କାର୍ଯ୍ୟରତ ଥିଲେ । ସୂଚନା ମୁତାବକ ନିଖୋଜ ମହିଳାଙ୍କର ଗୋଟିଏ ୫ ବର୍ଷର ଝିଅ ରହିଛି, ସେ ଗତ ୩ ତାରିଖ ଦିନ ଅପରାହ୍ନ ପ୍ରାୟ ୩ ଟା ବେଳେ ମେଡିକାଲ ର ଜଣେ ଗର୍ଭବତୀ ମହିଳାଙ୍କୁ ମାଲକାନଗିରି ନେଇ ଯିବାର ଅଛି କହି ଘରୁ କେଉଁ ଆଡକୁ ଚାଲି ଯାଇଥିଲେ । ସନ୍ଧ୍ୟା ହୋଇଯିବା ପରେ ସ୍ଵପ୍ନା ଘରକୁ ନଫେରିବାରୁ ସ୍ଵପ୍ନା ର ସ୍ୱାମୀ ଜଗଦୀଶ ବାୟା ଏଣେତେଣେ ଖୋଜାଖୋଜି କରିଥିଲେ । ଦୁଇ ତିନି ଦିନ ଧରି ଏଣେତେଣେ ଖୋଜାଖୋଜି କରିବା ସହ ସ୍ଵପ୍ନା ର ମୋବାଇଲ ସୁଇଚ୍ ଅଫ ଆସିବାରୁ ପରିବାର ଲୋକ ପଡିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ପଡିଆ ଥାନାରେ ଏକ ଏମ୍.ଏମ୍.ଆର ସଂଖ୍ୟା ୦୭ ଦାଖଲ କରିଛନ୍ତି ଏବଂ ପୋଲିସ ନିଖୋଜ ମହିଳାଙ୍କୁ ଖୋଜାଖୋଜି ଜାରୀ ରଖିଥିବା ପଡିଆ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନିଶିକା ସୂଚନା ଦେଇଛନ୍ତି ।

0
0
0
s2sdefault