ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରୁ ଯାଇଛି ପେଟ୍ରୋଲିଅମ ମନ୍ତ୍ରଣାଳୟ
ଅଶ୍ୱିନୀ ବୈଷ୍ଣବଙ୍କ ମିଳିଛି ଗୁରୁତ୍ୱପୂର୍ଣ୍ଣ ରେଳମନ୍ତ୍ରୀ ପଦ ସହ ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ
ବିଶ୍ୱେଶ୍ୱର ଆଦିବାସୀ ବ୍ୟାପାର ସହ ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୪୩ ମନ୍ତ୍ରୀ ନେଲେ ଶପଥ, ୧୫ କ୍ୟାବିନେଟ-୨୮ଙ୍କୁ ରାଷ୍ଟ୍ର ପାହ୍ୟା
ନୂଆଦିଲ୍ଲୀ : ଓଡ଼ିଶାର ଜଣେ ମନ୍ତ୍ରୀଙ୍କୁ ନିଜ ମନ୍ତ୍ରୀପରିଷଦରୁ ବିଦାୟ ଦେଇ ଆଉ ଦୁଇ ସାଂସଦଙ୍କୁ ମନ୍ତ୍ରୀ ପଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଓଡିଶାରୁ ନିର୍ବାଚିତ ଦୁଇ ସାଂସଦ ବିଶ୍ୱେଶ୍ୱର ଟୁଡୁ(ମୟୁରଭଞ୍ଜ ଲୋକସଭା ସଂସଦ) ଓ ରାଜ୍ୟସଭା ସାଂସଦ ତଥା ପୂର୍ବତନ ଆଇଏଏସ ଅଫିସର ଅଶ୍ୱିନୀ ବୈଷ୍ଣବଙ୍କ ଉପରେ ପ୍ରଧାନମନ୍ତ୍ରୀ ଆସ୍ଥା ପ୍ରକଟ କରିଛନ୍ତି | ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ବିଶ୍ୱେଶ୍ୱର ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି |ମନ୍ତ୍ରୀମଣ୍ଡଳ ବିଭାଗ ଅଦଳବଦଳ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରୁ ଯାଇଛି ପେଟ୍ରୋଲିଅମ ମନ୍ତ୍ରଣାଳୟ | ତୈଳ ମନ୍ତ୍ରଣାଳୟ ମିଳିଛି ହାରଦୀପ ସିଂ ପୁରୀଙ୍କୁ | ଧର୍ମେନ୍ଦ୍ରଙ୍କ ମିଳିଛି ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରଣାଳୟ | ଅପରପକ୍ଷରେ ନବାଗତ ଅଶ୍ୱିନୀ ବୈଷ୍ଣବଙ୍କ ମିଳିଛି ଗୁରୁତ୍ୱପୂର୍ଣ୍ଣ ରେଳମନ୍ତ୍ରୀ ପଦ ସହ ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ | ବିଶ୍ୱେଶ୍ୱରଙ୍କୁ ମିଳିଛି ଆଦିବାସୀ ବ୍ୟାପାର ସହ ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପଦ | ଆଜି ଯେଉଁ ୧୨ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ସେମାନେ ହେଲେ ରବିଶଙ୍କର ପ୍ରସାଦ,ରମେଶ ପୋଖରିୟାଲ୍ ନିଶାଙ୍କ, ଡ. ହର୍ଷବର୍ଦ୍ଧନ, ପ୍ରକାଶ ଜାଭେଡକର, ସନ୍ତୋଷ କୁମାର ଗଙ୍ଗୱାର, ବାବୁଲ ସୁପ୍ରିୟୋ, ଥାୱରଚାନ୍ଦ ଗେହେଲଟ୍, ଡି.ଭି.ସଦାନନ୍ଦ ଗୌଡ଼ା, ସଞ୍ଜୟ ସାମରାଓ ଧୋତ୍ରେ, ରତନ ଲାଲ କଟରିଆ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ଶ୍ରୀମତୀ ଦେବଶ୍ରୀ ଚୌଧୁରୀ ।
ଆଜି ଯେଉଁ ୪୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ୧୫ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୨୮ ଜଣ ରାଷ୍ଟ୍ରମନ୍ତ୍ରୀ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି । ଉତ୍ତରପ୍ରଦେଶରୁ ସର୍ବାଧିକ ୭ ଜଣ, ଗୁଜୁରାଟରୁ ୫ ଜଣ ଏବଂ ପଶ୍ଚିମବଙ୍ଗରୁ ୪ ଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ୭ ଜଣଙ୍କୁ ପଦୋନ୍ନତି ଦିଆଯାଇଥିବା ବେଳେ ୩୬ ଜଣ ନୂଆମୁହଁ ।
ଆଜି କ୍ୟାବିନେଟ୍ ମନ୍ତ୍ରୀ ଭବେ ଶପଥ ନେଇଥିବା ମନ୍ତ୍ରୀମାନେ ହେଲେ ନାରାୟଣ ରାଣେ, ସର୍ବାନନ୍ଦ ସୋନୱାଲ, ଡ. ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ୱିନୀ ବୈଷ୍ଣବ, ପଶୁପତି କୁମାର ପାରସ, କିରେନ୍ ରିଜିଜୁ , ରାଜକୁମାର ସିଂହ, ହରଦୀପ ସିଂହ ପୁରୀ , ମନସୁଖ୍ ମାଣ୍ଡଭିୟା, ଭୂପେନ୍ଦ୍ର ଯାଦବ, ପରଷୋତ୍ତମ ରୁପାଲା, ଜି.କିଷାନ ରେଡ୍ଡୀ ଓ ଅନୁରାଗ ସିଂହ ଠାକୁର |
ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିବା ମନ୍ତ୍ରୀ ମାନେ ହେଲେ ପଙ୍କଜ ଚୌଧୁରୀ, ଅନୁପ୍ରିୟା ସିଂହ ପଟେଲ, ଡ. ସତ୍ୟପାଲ ସିଂ ବାଘେଲ, ରାଜୀବ ଚନ୍ଦ୍ରଶେଖର, ଶୋଭା କରଣ୍ଡଲାଜି, ଭାନୁ ପ୍ରତାପ ସିଂ ବର୍ମା, ଦର୍ଶନ ବିକ୍ରମ ଜର୍ଦୋସ, ଶ୍ରୀମତୀ ମିନାକ୍ଷୀ ଲେଖୀ, ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ, ଏ.ନାରାୟଣସ୍ୱାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବି.ଏଲ.ବର୍ମା, ଅଜୟ କୁମାର, ଚୌହାନ ଦେବୁସିନ, ଭଗବନ୍ତ ଖୁୱା , କପିଲ ମୋରେଶ୍ୱର ପାଟିଲ, ସୁଶ୍ରୀ ପ୍ରତିମା ଭୌମିକ, ଡ. ସୁବାସ ସରକାର, ଡ. ଭାଗୱତ୍ କିଷନରାଓ କରଦ, ଡ. ରାଜକୁମାର ରଞ୍ଜନ ସିଂହ, ଡ. ଭାରତୀ ପ୍ରବୀଣ ପାୱାର, ଇଂ ବିଶ୍ୱେଶ୍ୱର ଟୁଡୁ, ଶାନ୍ତନୁ ଠାକୁର, ଡ. ମୁଞ୍ଜାପରା ମହେନ୍ଦ୍ରଭାଇ, ଜନ୍ ବାର୍ଲା, ଡ. ଏଲ. ମୁରୁଗଁ, ନିଶିଥ ପ୍ରମାଣିକ |