ସମ୍ବଲପୁର/ରମାକାନ୍ତ ବିଶ୍ୱାଳ -ସମ୍ବଲପୁର ସହରରେ ଦିନକୁ ଦିନ ବଢୁଥିବା ଅବାଧ ଗୋମାଂସ ଚାଲାଣ ବିରୁଦ୍ଧରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛି ବିଜେପି । ସହରର ମୋତିଝରଣ ,ସୁନାପାଲି ଆଦି ଅଞ୍ଚଳରେ ପ୍ରତି ଦିନ ଗୋହତ୍ୟା କରାଯିବା ସହ ପାଖ ପଡ଼ୋଶୀ ଜିଲ୍ଲା ଗୁଡିକୁ ଅବାଧରେ ଗୋମାଂସ ଚାଲାଣ କରାଯାଉଛି । ଜିଲ୍ଲା ପ୍ରଶାସନ ର ନାକତଳେ ପ୍ରତିଦିନଏଭଳି ବେନିୟମ କାର୍ଯ୍ୟ ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏହାର ପ୍ରତିବାଦ ରେ ହନୁମାନ ଜୟନ୍ତୀ ସମନ୍ଵୟ କମିଟି ଓ ବିଜେପି ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ପତ୍ର ପ୍ରଦାନ କରାଯାଇଛି ।କିଛିଦିନ ତଳେ ଏହି ଦାବିରେ ବିଜେପି ପକ୍ଷରୁ ଧନୁପାଲି ଥାନା ଓ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।
ରାଜ୍ୟ
ଗୋମାଂସ ଚାଲାଣ ବିରୁଦ୍ଧରେ ବିକ୍ଷୋଭ।
- Hits: 276