ହେଡଲାଇନସ୍:

ମୟୂରଭଞ୍ଜରେ ୧୯ ଲକ୍ଷ ବୃକ୍ଷ ରୋପଣ ନିମନ୍ତେ ଲକ୍ଷ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ ଆରମ୍ଭ, ୩୦ ଲକ୍ଷ ଚାରା ମାଗଣାରେ ଯୋଗାଇ ଦିଆଯିବ

ବାରିପଦା(ଦିଲ୍ଲୀପ ମହାନ୍ତି )- ଚଳିତ ବର୍ଷ ବନ ବିଭାଗ ପକ୍ଷରୁ ୭୨ତମ ବନ ମହୋତ୍ସବ ପାଳନ କରାଯାଉଛି । ଵୃକ୍ଷ ରୋପଣର ଗୁରୁତ୍ଵ ଓ ପରିବେଶ ଉପରେ ଏହାର ପ୍ରଭାବ ଉପରେ ବ୍ୟାପକ ଜନ ସଚେତନତା ପାଇଁ ପ୍ରତି ବର୍ଷ ମୌସୁମୀର ପ୍ରାରମ୍ଭରେ ଦେଶବ୍ୟାପୀ ବନ ମହୋତ୍ସବ ପାଳନ କରାଯାଇ ଆସୁଅଛି । ମନୁଷ୍ୟର ଜୀବନ ଓ ଜୀବିକା ପାଇଁ ବୃକ୍ଷର ଅବଦାନ ଅତୁଳନୀୟ । ସୁଷମ ଖାଦ୍ୟ, ସ୍ଵଚ୍ଛ ଜଳ ଓ ପ୍ରଦୂଷଣ ମୁକ୍ତ ବାୟୁର ଆବଶ୍ୟକତାକୁ ବୃକ୍ଷ ହିଁ ପୂରଣ କରିଥାଏ । ଏହା ବ୍ୟତୀତ ଉଦ୍ଭିଦ ଜଗତର ଔଷଧୀୟ ମୂଲ୍ୟକୁ ଆମେ ବିଭିନ୍ନ ସମୟରେ ଉପଲବ୍ଧ କରି ପାରିଛୁ । ପାରମ୍ପରିକ ଔଷଧ ପ୍ରଣାଳୀକୁ ଅନୁଶୀଳନ କରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଔଷଧୀୟ ବୃକ୍ଷଗୁଡ଼ିକର ବ୍ୟବହାର ବୃଦ୍ଧି ପାଇଛି । ଏଣୁ ମୟୂରଭଞ୍ଜର ପ୍ରତ୍ୟେକ ବ୍ୟକ୍ତି  ନିଜ ନିଜ ବାଡ଼ି ଅଥବା ଖୋଲା ସ୍ଥାନରେ ଗୋଟାଏ ଗୋଟାଏ ଗଛ ଲଗାଇବା ସହ ଏହାକୁ ବଞ୍ଚାଇ ରଖିବା ନିମନ୍ତେ ମୟୂରଭଞ୍ଜ ଆରସିସିଏଫ ୟୁଗ ଦୟାନନ୍ଦ ପ୍ରକାଶ କରିଛନ୍ତି । ଏଥିସହିତ ଚଳିତ ବର୍ଷ କେମ୍ପା, ମନରେଗା ଆଦି ଯୋଜନାରେ ଜିଲ୍ଲାରେ ୧୯ ଲକ୍ଷରୁ ଅଧିକ ବୃକ୍ଷ ରୋପଣ କରାଯିବାର ଲକ୍ଷ ରଖାଯାଇଛି ଏବଂ ଲଗାଯାଉଥିବା ଗଛଗୁଡିକୁ ଗୋରୁ, ଛେଳି ଆଦିଙ୍କ କବଳରୁ ବଞ୍ଚାଇ ରଖିବା ଏବଂ ତାର ଉପଯୁକ୍ତ ଯତ୍ନ ନେବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ସେହିପରି ଚଳିତ ବର୍ଷ ୩୦ ଲକ୍ଷରୁ ଅଧିକ ଚାରା ପ୍ରସ୍ତୁତ କରାଯାଇଛି । ଏହାକୁ ଜନସାଧରଣଙ୍କୁ ପ୍ରତି ଚାରା ପିଛା ମାତ୍ର ଗୋଟାଏ ଟଙ୍କା ମୂଲ୍ୟରେ ବଣ୍ଟନ କରାଯିବ । ସେହିପରି ବିଭିନ୍ନ ଅନୁଷ୍ଠାନ ଗୁଡିକୁ ମାଗଣାରେ ଚାରା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ଆରସିସିଏଫ ୟୁଗ ଦୟାନନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ସେହିପରି ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ ନିଜର ଘର, ଜମି କିମ୍ବା ଆଖପାଖ ଅଞ୍ଚଳରେ ଥିବା ଖାଲି ଜାଗାରେ ଅଧିକରୁ ଅଧିକ ଚାରା ରୋପଣ କରି ତାର ଯତ୍ନ ନେବା ସାଙ୍ଗକୁ ଏକ ସୁସ୍ଥ ଓ ସୁନ୍ଦର ସବୁଜିମା ସୃଷ୍ଟି କରିବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ପିଠାବଟା ରେଞ୍ଜ ଅଧିନ ସାନଶୋଳ ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ସାମୂହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଆରସିସିଏଫ ଶ୍ରୀ ୟୁଗ ଦୟାନନ୍ଦ, ବାରିପଦା ଡ଼ିଏଫଓ ଶ୍ରୀ ଯୋଶୀ, ଏସିଏଫ ଦିଲ୍ଲିପ ଵାରିକ, ପିଠାବଟା ରେଞ୍ଜର ଲକ୍ଷ୍ମୀଧର ବେହେରା ପ୍ରମୁଖଙ୍କ ସମେତ ବନ ବିଭାଗର  କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

 

0
0
0
s2sdefault