ହେଡଲାଇନସ୍:

ରାୟଗଡ ଜିଲ୍ଲା ଅଗ୍ନିଶମ କେନ୍ଦ୍ର ପରିସରରେ ୭୨ତମ ବନ ମହୋତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡରୁ ସରୋଜ କୁମାର ସାହୁ:  ରାୟଗଡ ଜିଲ୍ଲା ଅଗ୍ନିଶମ ବିଭାଗ ଓ ବନ ବିଭାଗର ମିଳିତ ଭାବେ ରାୟଗଡ ଅଗ୍ନିଶମ ସେବା କେନ୍ଦ୍ର ପରିସରରେ ୭୨ତମ ବନ ମହୋତ୍ସବ ପାଳନ ହୋଇଯାଇଛି । ଉକ୍ତ ବନ ମହୋତ୍ସବରେ ରାୟଗଡ ଉପ-ଅଗ୍ନିଶମ ଅଧିକାରୀ ଶ୍ରୀ ସାଗରାମ ହାଂସଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ଚାରା ରୋପଣ କରିବା ସହ ପରିବେଶ ପ୍ରତି ବୃକ୍ଷର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏବଂ ସମସ୍ତଙ୍କୁ ନିଜ ନିଜ ବାଡି ବଗିଚାରେ ବୃକ୍ଷ ରୋପଣ କରିବା ପାଇଁ ଅନୁରୋଧ କରିଥିଲେ । ଏହି ବନ ମହୋତ୍ସବରେ ଅଁଳା, ବଉଳ, ଚମ୍ପା, ଜାମୁ, ବାହାଡା, ପଣସ, କରଞ୍ଜ ଓ ଅର୍ଜୁନ ବୃକ୍ଷର ଚାରା ରୋପଣ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ରାୟଗଡ ବନାଅଞ୍ଚଳ ଅଧିକାରୀ ଶ୍ରୀ ଅଶୋକ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ରାୟଗଡ ବନପାଳ ଶ୍ରୀ ଅନୀଲ କୁମାର ପାଣିଗ୍ରାହୀ, ଗୁମ୍ମା ବନପାଳ ଶ୍ରୀ ଡମ୍ବୁରୁଧର ନାୟକ, ରାୟଗଡ ବନାଅଞ୍ଚଳର କର୍ମଚାରୀ ମାନେ ଓ ରାୟଗଡ ଅଗ୍ନିଶମ ବିଭାଗର କର୍ମଚାରୀ ଉପସ୍ଥିତ ରହି ବୃକ୍ଷ ଚାରା ରୋପଣ କରିଥିଲେ ।

0
0
0
s2sdefault