ସମ୍ବଲପୁର/ ରମାକାନ୍ତ ବିଶ୍ବାଳ-ମଙ୍ଗଳବାର ଦୁଇଟି ପୃଥକ ପୃଥକ ଅଘଟଣରେ ୪ ଜଣ ଶିଶୁଙ୍କ ର ପାଣିରେ ବୁଡି ମୃତ୍ୟୁ ହୋଇଥିବା ଦୁଃଖଦ ଖବର ମିଲିଛି।ପ୍ରଥମ ଘଟଣା ସମ୍ବଲପୁର ରେଢ଼ାଖୋଲ ଚାରମାଳ ଥାନା ଅନ୍ତର୍ଗତ ଚାରମାଳ ଚୁଡାପୁଡୁଗ ଗ୍ରାମର ଦୁଃଖବନ୍ଧୁ ଖଡିଆଙ୍କ ଦୁଇ ଶିଶୁ ପୁତ୍ର ଅଜିତ (୪) ଓ ଅମିତ (୬)ତାଙ୍କ ମାଁ ସୁନିତାଙ୍କ ସହ ସୁରୁବାଲି ନାଳକୁ ଗାଧୋଇବାକୁଯାଇ ମାଁ ଅନ୍ୟମନସ୍କ ଥିବା ବେଳେ ୨ ଶିଶୁ ପୁତ୍ର ପାଣିରେ ବୁଡି ମୃତ୍ୟୁବରଣ କରିଥିଲେ। ଅନ୍ୟ ଘଟଣାଟି ସମ୍ବଲପୁର ଯୁଜୁମୁରା ଥାନା ଅନ୍ତର୍ଗତ ନୂଆବରଙ୍ଗାମାଲ ପଞ୍ଚାୟତ ର କଲପା ଠାରେ ଘଟିଛି । ସେଠାରେ ମଧ୍ୟ ପାଣିରେ ବୁଡି ୨ ଶିଶୁ ଙ୍କ ଅକାଳ ମୃତ୍ୟୁ ହୋଇଛି। ମୃତ ଦୁଇ ଶିଶୁଙ୍କ ବୟସ ପ୍ରାୟ ୫ ବର୍ଷ ହୋଇଥିବାର ସୂଚନା ମିଲିଛି। ମୃତ ଶିଶୁ ମାନେ ହେଲେ ଗୋବର୍ଦ୍ଧନ ବଡ଼ମାଲ ଗ୍ରାମର ରାହୁଲ କୁମାର ସାହୁ ଓ ଜମନକିରା ଖରସଲମାଲ ଗ୍ରାମର ଆୟୁସ ବାରିକ । ଯୁଜୋମୁରା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ ଅପରାହ୍ନରେ କଲପା ଠାରେ ରତ୍ନମଣି ସାହୁ ଙ୍କ ଭେଣ୍ଡି ବାଡିକୁ ପରିବାର ସହିତ ରାହୁଲ ଓ ଅୟୁସ ଭେଣ୍ଡି ତୋଳିବା ପାଇଁ ଯାଇଥିଲେ। ପରିବାର ଲୋକେ ଭେଣ୍ଡି ତୋଳିବାରେ ଵ୍ୟସ୍ତ ଥିବା ବେଳେ ଭେଣ୍ଡି ବାଡ଼ି ନିକଟରେ ଥିବା ଏକ ପୋଖରୀ ରେ ଦୁଇ ଶିଶୁ ଖେଳିବା ସମୟରେ ବୁଡି ଯାଇଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୫ ଟା ସମୟରେ ସେମାନଙ୍କ ଶବ ପୋଖରୀ ରେ ଭାସୁଥିବା ଦେଖି ମୃତ ଦେହ ଉଦ୍ଧାର କରିଥିଲେ। ତେବେ ପୁଲିସ ବିଳମ୍ବ ରାତ୍ରିରେ ଖବର ପାଇ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ବୋଲି ବୋଲି ଜୁଯୋମୁରା ଥାନାଧିକାରୀ କହିଛନ୍ତି।
ରାଜ୍ୟ
ଅଘଟଣ : ଗୋଟିଏ ଦିନରେ ପାଣିରେ ବୁଡି ୪ ଶିଶୁ ମୃତ୍ୟୁ
- Hits: 265