କାଶୀପୁରରୁ ବୈକୁଣ୍ଠ ଦୁରିଆ-କାଶୀପୁର ବ୍ଲକ ପୋଡାପାଡ଼ି ଅନ୍ତର୍ଗତ ସୋରିଷପଦର ଅଙ୍ଗନବାଡି କେନ୍ଦ୍ରଠାରେ ଅଙ୍ଗନବାଡି କର୍ମୀମାନଙ୍କୁ "ପୋଷଣ ଟ୍ରାକ" ସମ୍ପର୍କରେ ତାଲିମ ଦିଆଯାଇଛି | ଏହି ତାଲିମ କାର୍ଯ୍ୟକ୍ରମରେ ପୋଡାପାଡ଼ି, ବାଙ୍କାମ୍ବ ଓ ନାକଟିଗୁଡା ପଂଚାୟତର ଅଙ୍ଗନବାଡି କର୍ମୀମାନଂକୁ ପୋଡାପାଡ଼ି କମନ ସର୍ଭିସ ସେଣ୍ଟର ବିଏଲଇ ଶିବଶଙ୍କର ବାଘ ଏବଂ ଅଙ୍ଗନବାଡି ସୁପରଭାଇଜର "ପୋଷଣ ଟ୍ରାକ" ଉପରେ ବିସ୍ତୃତ ଭାବେ ବୁଝାଇଥିଲେ | ଉକ୍ତ ୩ ଟି ପଞ୍ଚାୟତର ସମସ୍ତେ ଅଙ୍ଗନବାଡି ମାନେ ପ୍ରାଞ୍ଜଳ ଭାବରେ ବୁଝିଥିବା କହିବା ସହିତ ଏହା ଶିଖିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ | ଏହା ସେମାନଙ୍କ ପାଇଁ ଉପଯୋଗୀ ହେବ ବୋଲି କହିଥିଲେ | ସିଏସସିର ବିଏଲଇ ଶିବଶଙ୍କର ବାଘ କହିଛନ୍ତି ଯେ ଆଗାମୀ କିଛି ଦିନ ଭିତରେ କାଶୀପୁର ବ୍ଲକର ସମସ୍ତ ପଞ୍ଚାୟତର ଅଙ୍ଗନବାଡି କର୍ମୀମାନଙ୍କୁ ପୋଷଣ ଟ୍ରାକ ବିଷୟରେ ସଚେତନ କରାଯିବ |
ରାଜ୍ୟ
ପୋଡାପାଡ଼ି କମନ ସର୍ଭିସ ସେଣ୍ଟର ପକ୍ଷରୁ ଅଙ୍ଗନବାଡି କର୍ମୀଙ୍କୁ "ପୋଷଣ ଟ୍ରାକ" ତାଲିମ
- Hits: 473