୧୬ ଜୁଲାଇ ପର୍ଯ୍ୟନ୍ତ ବଢ଼ିଲା ଆଂଶିକ ଲକ ଡାଉନ ର ଅବଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମଲ, ସ୍ପା ଓ ପାର୍ଲର ଛାଡି ଆଉ ସମସ୍ତ ଦୋକାନ ଖୋଲିବ

Haryana extends lockdown till July 5, relaxations allowed earlier to  continue- The New Indian Express

ରାଜ୍ୟରେ ଆଂଶିକ ଲକଡାଉନ ଅବଧି  ବଢ଼ିଲା ଜୁଲାଇ ୧୬ ସକାଳ ୬ ଯାଏ |  କାଟାଗୋରି "ଏ"ରେ ୨୦ ଜିଲ୍ଲା ଓ କାଟାଗୋରି ବି ରେ ୧୦ ଜିଲ୍ଲା | ତେବେ କାଟାଗୋରୀ ଏ ରେ ପୂର୍ବରୁ ଥିବା ୧୭ ଜିଲ୍ଲାରେ ସାମିଲ ହୋଇଛି ୩ ଜିଲ୍ଲା। ସେହି ୩ଟି ଜିଲ୍ଲା ହେଉଛି ଅନୁଗୁଳ, କେଉଁଝର ଏବଂ ଢ଼େଙ୍କାନାଳ। ୫ ପ୍ରତିଶତ ଥିବା ଅଞ୍ଚଳକୁ କାଟାଗୋରୀ ବି ରେ ସାମିଲ କରାଯାଇଛି। 

ସକାଳ ୬  ରୁ  ସନ୍ଧ୍ୟା ୬  ଦୋକାନ ଖୋଲା  ଖୋଲିବ  କାଟାଗୋରି ଏ ଜିଲ୍ଲାରେ, ଆଉ ଉଠିଲା ସପ୍ତାହାନ୍ତ ସଟ ଡାଉନ | ଏ ସବୁ ଜିଲ୍ଲାରେ ଖୋଲିବା  ସାପ୍ତାହିକ ହାଟ| ଏ ସବୁ ଜିଲ୍ଲାରେ ସର୍ବସାଧାରଣ ପରିବହନ ସେବା ବାହାଲ ହେବ | ବାସ, ଟାକ୍ସି, ଟ୍ରକ ଆଦି ଯାନବାହାନ ଚାଲିବ | ବସ୍ ରେ ୫୦ ପ୍ରତିଶତ ଲୋକ ଯିବା ପାଇଁ ଅନୁମତି ଦିଆଯାଇଛି । ଅଟୋ ଓ ଟାକ୍ସିରେ ଡ୍ରାଇଭରକୁ ଛାଡ଼ି ସର୍ବାଧିକ ୨ ଜଣ ବ୍ୟକ୍ତି ଯାଇପାରିବେ । ମଲ, ସ୍ପା ଓ ପାର୍ଲର ଛାଡି ଆଉ ସମସ୍ତ ଦୋକାନ ଖୋଲିବ। ବାହାଘର, ବ୍ରତଘର ଓ ଅନ୍ତିମ ସଂସ୍କାରରେ ପାଇଁ ପୁରୁଣା ନିୟମ ଜାରି ରହିବ। ସାରା ରାଜ୍ୟରେ ସନ୍ଧ୍ୟା ୬ ରୁ ସକାଳ ୬  ନାଇଟ୍ କର୍ଫ୍ୟୁ | ସମସ୍ତ ଜିଲ୍ଲାରେ ସେଲୁନ୍ ଖୋଲିବାକୁ ଅନୁମତି ଦିଆଯାଇଛି ।

କାଟାଗୋରି-ବି ଜିଲ୍ଲାଗୁଡ଼ିକରେ ପୂର୍ବରୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଥିବା ବେଳେ ଏବେ ମଲ୍, ସ୍ପା, ପାର୍ଲର ଆଦିକୁ ଛାଡ଼ି ଅନ୍ୟ ଦୋକାନଗୁଡ଼ିକ ଖୋଲିବାକୁ ଅନୁମତି ଦିଆଯାଇଛି । ସକାଳ ୬ ରୁ ଦିନ ୨ଟା ଯାଏ ଖୋଲା ରହିବ ଏସବୁ ଦୋକାନ । ସାପ୍ତାହିକ ଏବଂ ଦୈନିକ ହାଟ କିନ୍ତୁ ଖୋଲିବ ନାହିଁ । ରାସ୍ତାକଡ଼ ଉଠାଦୋକାନ, ଚା ଦୋକାନ ଖୋଲିବାକୁ ମିଳିଛି ଅନୁମତି  । ବସ୍, ଅଟୋ କି ଟାକ୍ସି ଚଳାଚଳକୁ ଅନୁମତି ଦିଆଯାଇନାହିଁ ।

ବିବାହ, ବ୍ରତ, ଶେଷକୃତ୍ଯ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଇଁ ପୂର୍ବ ନିର୍ଦ୍ଦେଶାବଳୀ ବଳବତ୍ତର ରହିବ।  ଲକଡାଉନ୍ ସମୟରେ ଟୀକାକରଣ, ଟେଷ୍ଟିଂ ଏବଂ ସ୍ବାସ୍ଥ୍ୟସେବା ଭଳି କାର୍ଯ୍ୟ ପାଇଁ କଟକଣା ନାହିଁ।  ଦୋକାନଗୁଡ଼ିକ ଖୋଲିବାକୁ ଅନୁମତି ଦିଆଯାଇଥିଲେ ବି  କୋଭିଡ୍ ଗାଇଡଲାଇନର କଡ଼ା ଅନୁପାଳନ  ବାଧ୍ୟତାମୂଳକ । ଆମାନିଆଙ୍କ ବିରୋଧରେ  କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି ।

ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ: କ୍ୟାଟେଗୋରି "ଏ" ଜିଲ୍ଲା

ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଅନୁଗୁଳ, ଢେଙ୍କାନାଳ ଏବଂ କେନ୍ଦୁଝର 

ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ: କ୍ୟାଟେଗୋରି "ବି" ଜିଲ୍ଲା 

ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, , ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଭଦ୍ରକ ଏବଂ ମୟୁରଭଞ୍ଜ

 

 

0
0
0
s2sdefault