ଖୋର୍ଦ୍ଧା ରୋଡ୍ ଏବଂ ଉଦନା (ସୁରଟ) ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

East Coast Railway (@EastCoastRail) | Twitter

ଭୁବନେଶ୍ୱର/ ଶାସକ ପ୍ରଶାସକ : ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ପଶ୍ଚିମ ଭାରତକୁ ଯାତାୟାତ କରୁଥିବା ନିୟମିତ ଟ୍ରେନ୍ ଗୁଡ଼ିକରେ ମାତ୍ରାଧିକ ପ୍ରତିକ୍ଷ୍ୟା ତାଲିକାକୁ ଏଡାଇବା ପାଇଁ ରେଳ ମନ୍ତ୍ରଣାଳୟ ଗୁଜୁରାଟର ସୁରଟ ନିକଟସ୍ଥ ଉଦନା ଷ୍ଟେସନ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି ...

ବିଜୟନଗରମ ଓ ଟିଟିଲାଗଡ଼ ମାର୍ଗ ଦେଇ 08585/08586 ଖୋର୍ଦ୍ଧା ରୋଡ-ଉଦନା-ଖୋର୍ଦ୍ଧା ରୋଡ ବିସସ ଟ୍ରେନ ଖୋର୍ଦ୍ଧା ରୋଡ଼ ଠାରୁ ଜୁଲାଇ ମାସ ୫ ତାରିଖ (ସୋମବାର) ରାତ୍ରି ୮ଘ.୩୦ମି.ରେ ଛାଡି 7 ଜୁଲାଇ, 2021 (ବୁଧବାର) ଦିନ ଭୋର ୩ଘ.୪୦ମି.ରେ ଉଦନାରେ ପହଞ୍ଚିବ | ଫେରିବା ମାର୍ଗରେ ହିଁ ଟ୍ରେନ ଉଦନା ଠାରୁ 7 ଜୁଲାଇ 2021 (ବୁଧବାର) ଦିନ ସକାଳ ୬ ଘଟିକାରେ ଛାଡି 8 ଜୁଲାଇ, 2021 (ଗୁରୁବାର) ଦିନ ଅପରାହ୍ନ ୩ଘ.୪୦ମି.ରେ ଖୋର୍ଦ୍ଧା ରୋଡରେ ପହଞ୍ଚିବ |

ଏହି ଟ୍ରେନରେ ଗୋଟିଏ ଉଭୟ ପ୍ରଥମ ଏବଂ ୨ୟ ଏସିର କମ୍ପୋଜିଟ୍ କୋଚ୍, ଗୋଟିଏ ଏସି-୨ ଟାୟାର୍, ଚାରିଟି ଏସି -3 ଟାୟାର୍, ଆଠଟି ସ୍ଲିପର୍ କ୍ଲାସ୍, ଚାରିଟି ସେକେଣ୍ଡ୍ କ୍ଲାସ୍ ସିଟିଂ, ଗୋଟିଏ ଗାର୍ଡ ତଥା ଲଗେଜ୍ ଭ୍ୟାନ ଏବଂ ଗୋଟିଏ ଗାର୍ଡ ତଥା  ଦିବ୍ୟାଙ୍ଗ କୋଚ୍ ଉପଲବ୍ଧ ଥିବାବେଳେ ଏହା ଖୋର୍ଦ୍ଧା ରୋଡ ଓ ଉଦନା ମଧ୍ୟରେ ଉଭୟ ପାର୍ଶ୍ୱରୁ ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, ବବିଲି, ପାର୍ବତୀପୁରମ୍, ରାୟଗଡା, କେସିଙ୍ଗା, ଟିଟିଲାଗଡ, କାଣ୍ଟାବାଞ୍ଜୀ, ଖରିଆର ରୋଡ୍, ମହାସମୁନ୍ଦ, ରାୟପୁର, ଦୁର୍ଗ, ଗୋଣ୍ଡିଆ, ନାଗପୁର, ବଦନେରା, ଅକୋଲା, ଭୁସାବଳ, ଜଲଗାଓଁ ଓ ନନ୍ଦୁରବାର ଷ୍ଟେସନ ମାନଙ୍କରେ ରହଣି କରିବ |

0
0
0
s2sdefault