ହେଡଲାଇନସ୍:

ମାଟ୍ରିକ ରେଜଲ୍ଟ ବିଭ୍ରାଟ ପାଇଁ ସ୍ୱତନ୍ତ୍ର ଅଭିଯୋଗ ସେଲ ଗଠନ କରି ଚବିଶ ଘଣ୍ଟାରେ ସମାଧାନ କର  : ଓଡିଶା ଅଭିଭାବକ ମହାସଂଘ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍କୁଲରୁ ଶହ ଶହ ସଂଖ୍ୟାରେ ଆଜି ଫଳାଫଳରେ ତ୍ରୁଟି ନେଇ ଅଭିଯୋଗ ଆସିଲାଣି l ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାଇ ନବମ ଓ ଦଶମ ଶ୍ରେଣୀ ଉଭୟ ଶ୍ରେଣୀର ପୂର୍ବରୁ ହୋଇଥିବା ପରୀକ୍ଷାର ନମ୍ବର ଆଧାରରେ ରେଜଲ୍ଟ ପ୍ରକାଶ ପାଇବା କଥା l ହେଲେ ଏହି ସବୁ ସ୍କୁଲ ଓ ଛାତ୍ର ଛାତ୍ରୀଙ୍କ ଅଭିଯୋଗ ଅନୁଯାଇ ସେମାନଙ୍କ ପୂର୍ବ ପରୀକ୍ଷାରେ ଭଲ ନମ୍ବର ଥିବା ବେଳେ ଆମର ମାଟ୍ରିକ ରେଜଲ୍ଟ ସେହି ଅନୁପାତରେ ଦିଆଯାଇ ନାହିଁ l ବିଶେଷ କରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରି ପ୍ରାଇଭେଟ ସ୍କୁଲ ମାନଙ୍କ କ୍ଷେତ୍ରରେ ଏହି ଅଭିଯୋଗ ଅଧିକ ସଂଖ୍ୟାରେ ଆସିଛି l କିଛି ଅଂଚଳରେ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଆନ୍ଦୋଳନ, ଧାରଣା ଓ ରାସ୍ତା ଅବରୋଧ ଆଦି ଘଟଣା ସାମ୍ନାକୁ ଆସିଛି l ପରିସ୍ଥିତି ଆଗକୁ ଆହୁରି ଅତ୍ୟଧିକ ଖରାପ ଆଡକୁ ଗତି କରି ଏହା ଏକ ବିରାଟ ଉଗ୍ର ଆନ୍ଦୋଳନର ରୂପ ନେଇପାରେ l ତା ଛଡା ପିଲାମାନଙ୍କୁ ତାଙ୍କ ନ୍ୟାର୍ଯ୍ୟ ଅଧିକାରରୁ ମଧ୍ୟ ବଞ୍ଚିତ କରିବା ଉଚିତ ନୁହେଁ l ମାଟ୍ରିକ ପରୀକ୍ଷା ନମ୍ବର ପିଲାଙ୍କ କ୍ୟାରିଅର ପାଇଁ ଗୁରୁତ୍ୱପୂର୍ଣ ହୋଇଥିବାରୁ ସେମାନଙ୍କୁ ତୁରନ୍ତ ତ୍ରୁଟି ସୁଧାରକରି ନୂତନ ମାର୍କ ସିଟ ପ୍ରଦାନ କରାଯିବା ଉଚିତ l ଯଦ୍ବାରାକି ସେମାନେ ଭଲ କଲେଜରେ ଆଡ଼ମିସନ କରି ପାରିବେ l ତେଣୁ ଗଣଶିକ୍ଷା ବିଭାଗ ସମସ୍ୟା ସମାଧାନ ପାଇଁ ତୁରନ୍ତ ଏକ ଅଭିଯୋଗ ପ୍ରକୋଷ୍ଠ ସେଲ ଗଠନ କରି ଦୁଇଟି ଟୋଲ ଫ୍ରି ଫୋନ ନମ୍ବର ଓ ମେଲ ଆଇଡି ଦିଅନ୍ତୁ l ଯେଉଁମାନେ ଅଭିଯୋଗ କରିବେ ଏହି ମାଧ୍ୟମରେ ଜଣାଇଲେ ଚବିଶ ଘଣ୍ଟା ଭିତରେ ତାର ସମାଧାନ କରାଯାଉ ବୋଲି ଓଡିଶା ଅଭିଭାବକ ମହାସଂଘ ଦାବୀ କରିଛି

0
0
0
s2sdefault