ହେଡଲାଇନସ୍:

ସୀମାନ୍ତ ରେ  ପୋଲିସ୍ ମାଓବାଦୀ ମୁହାଁମୁହିଁ : ୬ ମାଓବାଦୀ ନିହତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମାଲକାନଗିରି: ଆନ୍ଧ୍ର ସୀମାନ୍ତ ବିଶାଖାପାଟଣା ଜିଲ୍ଲାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ । ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୬ ଜଣ ହାଡକୋର ମାଓବାଦୀ ପ୍ରାଣ ହରାଇଥିବା ବେଳେ ଘଟଣା ସ୍ଥଳରୁ ୭ ଟି ବନ୍ଧୁକ ସହ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତକରିଛନ୍ତି ସୁରକ୍ଷାକର୍ମୀ । ସୂଚନାନୁଯାୟୀ , ମାର୍ମା ଥାନା ଅନ୍ତର୍ଗତ ଦିଗଲିମେଟ୍ଟା ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସ ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ଏହା ପରେ ଆନ୍ଧ୍ର ଗ୍ରେହାଉଣ୍ଡ ବାହିନୀର ଯବାନମାନେ ସେଠାରେ କୁମ୍ବି ଅପରେସନ ଆରମ୍ଭ କରିଥିଲେ । ପ୍ରାୟ ୩ ଘଣ୍ଟାରୁ ଅଧୁକ ସମୟ ଧରି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପରେ ନକ୍ସଲମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ତେବେ ସର୍ଚ୍ଚ ଅପରେସନ ବେଳେ ସେଠାରୁ ବର୍ତ୍ତମାନ ସୁଦ୍ଧା ୬ ଜଣ ନକ୍ସଲଙ୍କ ମୃତଦେହ ଠାବ ହୋଇଥିବା ବେଳେ ବିପୁଳ ପରିମାଣର ମାରଣାସ୍ତ୍ର ଏବଂ ବନ୍ଧୁକ ଜବତ କରାଯାଇଛି । ବର୍ତ୍ତମାନ ମଧ୍ୟ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।

0
0
0
s2sdefault