ହେଡଲାଇନସ୍:

ଖରିଫ ଫସଲ ଋଣ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ସମବାୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିହନ ଓ ସାର ପର୍ଯ୍ୟାପ୍ତ ପରିମାଣରେ ଚାଷୀଙ୍କ ନିକଟରେ ପହଞ୍ଚାଇବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର(ଶାସକ ପ୍ରଶାସକ): କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି କୃଷି କାର୍ଯ୍ୟକୁ ଅବ୍ୟାହତ ରଖିବା ପାଇଁ ଚାଷୀମାନଙ୍କୁ ସଠିକ୍ ସମୟରେ ପର୍ଯ୍ୟାପ୍ତ ସାର ଓ ବିହନ ଯୋଗାଣ ସହିତ ଖରିଫ ଫସଲ ଋଣ ଯୋଗାଇଦେବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା ଆଜି ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଚଳିତ ଖରିଫରେ ସମବାୟ ମାଧ୍ୟମରେ

ଫସଲ ଋଣ ଯୋଗାଣ, ପ୍ୟାକ୍ସ ଜରିଆରେ ସାର ଓ ବିହନ ଆଦି ଯୋଗାଣର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲୋ କୋଭିଡ୍-୧୯ ସ୍ଥିତିରେ କୃଷି କାର୍ଯ୍ୟ ଲୋକମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିପାରୁଥିବାବେଳେ ଚାଷୀମାନେ କିପରି ସହଜରେ ଓ ନିର୍ବିଘ୍ନରେ କୃଷି ସାମଗ୍ରୀ ପାଇପାରିବେ ସେଥିପ୍ରତି ସଂପୃକ୍ତ ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବାକୁ କହିଥିଲୋ ସାର ଓ ବିହନ ଯେପରି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହୋଇପାରିବ, ସେଥି ନିମନ୍ତେ ଆଗୁଆ ପଦକ୍ଷେପ ସହିତ କୃଷି ବିଭାଗ ଓ ସାର ଉତ୍ପାଦନକାରୀ କମ୍ପାନୀମାନଙ୍କ ସହିତ ଉପଯୁକ୍ତ ସମନ୍ୱୟ ରକ୍ଷା କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲୋ ଲକ୍ଡାଉନ୍ ସମୟରେ ରାଜ୍ୟ ସରକାର କୃଷି ସାମଗ୍ରୀ ବିକ୍ରି ନିମନ୍ତେ କୌଣସି କଟକଣା ରଖି ନଥିବା ପରିପ୍ରେକ୍ଷୀରେ କୋଭିଡ୍ ନିୟମାବଳୀ ଅନୁପାଳନପୂର୍ବକ କୃଷି ସାମଗ୍ରୀ ଚାଷୀଙ୍କ ନିକଟରେ ପହଞ୍ଚାଇବା ପାଇଁ କହିଥିଲୋ

ରାଜ୍ୟରେ ଚାଷୀମାନଙ୍କୁ ଫସଲ ଋଣ ଯୋଗାଣ କ୍ଷେତ୍ରରେ ସମବାୟ ସଂସ୍ଥାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପରିପ୍ରେକ୍ଷୀରେ ଚଳିତ ଖରିଫରେ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଓ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲୋ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ସମବାୟ ସମିତି ସମୂହର ନିବନ୍ଧକ ପ୍ରତି ସପ୍ତାହରେ ଭର୍ଚୁଆଲ ମାଧ୍ୟମରେ ବୈଠକ କରି ଋଣ ପ୍ରଦାନର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବେ ଏବଂ ସାପ୍ତାହିକ ରିପୋର୍ଟ ବିଭାଗକୁ ପଠାଇବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲୋ

ଫସଲ ଋଣ ପ୍ରଦାନ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦେବା ସହିତ ଯୁଗ୍ମଦେୟ ଗୋଷ୍ଠୀ ମାଧ୍ୟମରେ ଭାଗଚାଷୀ ଓ ଭୂମିହୀନ ଚାଷୀମାନଙ୍କୁ ଋଣ ଯୋଗାଇଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲୋ ଏଥି ନିମନ୍ତେ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଋଣନୀତି ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲୋ ଡିଆର୍ସିଏସ୍ ଏବଂ ଏଆର୍ସିଏସ୍ ପ୍ୟାକ୍ସଗୁଡ଼ିକ ଅଚାନକ ପରିଦର୍ଶନ କରି ଋଣ ପ୍ରଦାନ ଓ କୃଷି ସାମଗ୍ରୀ ଯୋଗାଣ ଆଦିର ତଦାରଖ କରିବା ପାଇଁ କହିଥିଲୋ ଏଥି ସହିତ କାର୍ଯ୍ୟରେ ଖୀଲାଫ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲୋ 

ବୈଠକରେ ପ୍ରାଇସ୍ ସପୋର୍ଟ ଯୋଜନାରେ ପଂଜୀକୃତ ଚାଷୀମାନଙ୍କଠାରୁ ମୁଗ, ବିରି, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଂଜି ଆଦି ସଂଗ୍ରହର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲୋ କୋଭିଡ୍-୧୯ ସ୍ଥିତିରେ ରାଜ୍ୟର ଅଧିକରୁ ଅଧିକ ଚାଷୀ ଯେପରି ଏହି ଯୋଜନାରେ ଉପକୃତ ହୁଅନ୍ତି ସେଥିପ୍ରତି ଅଗ୍ରାଧିକାର ଦେବା ପାଇଁ ମନ୍ତ୍ରୀ କହିଥିଲୋ ଏଥି ସହିତ ବାତ୍ୟା "ୟାସ'ରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସହାୟତା ପ୍ୟାକେଜ୍ ପ୍ରଦାନ ପ୍ରକି୍ରୟାକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲୋ

ବୈଠକରେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ କହିଲେ ଯେ ଖରିଫ ଫସଲ ଋଣ ଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ସହିତ କୃଷି ବିଭାଗ ସହିତ ସମନ୍ୱୟ ରକ୍ଷା କରି ବିହନ ଓ ସାର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଇଛିା  ବୈଠକରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀ, ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀ ସୁଶାନ୍ତ କୁମାର ବାରିକ, ମାର୍କଫେଡ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ,ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନାନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ମିଶ୍ରଙ୍କ ସମେତ କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସିଇଓ, ସମବାୟ ବିଭାଗର ସମସ୍ତ ଡିଆରସିଏସ ଓ ଏଆରସିଏସମାନେ ଯୋଗଦେଇଥିଲୋ 

 

0
0
0
s2sdefault