ହେଡଲାଇନସ୍:

ସେଞ୍ଚୁରିଅନ୍ ପବ୍ଲିକ ସ୍କୁଲର ଛାତ୍ର ଲଗ୍ନଜିତ୍ ମହାନ୍ତିଙ୍କ କୃତିତ୍ୱ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଇ୍.ଏ.ଏ.ସି  ଜର୍ମାନୀର ଅନ୍ ଲାଇନ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପ୍ରମାଣ ପତ୍ର ସହ ଅନ୍ତିମ ପର୍ଯ୍ୟାୟ ପ୍ରତିଯୋଗିତାକୁ ଯୋଗ୍ୟ ବିବେଚିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଅନ୍ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର ଲଗ୍ନଜିତ୍ ମହାନ୍ତି ଜ୍ୟୋତିବିଜ୍ଞାନ ଓ ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ଆନ୍ତର୍ଜାତିକ ସଂସ୍ଥା ଆଇ୍.ଏ.ଏ.ସି (I.A.A.C) ଜର୍ମାନୀର ଅନ୍ ଲାଇନ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପ୍ରମାଣ ପତ୍ର ସହ ଅନ୍ତିମ ପର୍ଯ୍ୟାୟ ପ୍ରତିଯୋଗିତାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । 

ଆଇ୍.ଏ.ଏ.ସି (I.A.A.C) ଜର୍ମାନୀ , ମହାକାଶ ଓ ଜ୍ୟୋତିବିଜ୍ଞାନ ସମ୍ବନ୍ଧୀୟ ଗବେଷଣାରେ ସାରା ବିଶ୍ୱର ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସ୍ୱାଗତ ଯୋଗ୍ୟ ପ୍ରୟାସ।  ବିଶ୍ୱସ୍ତରୀୟ ଉକ୍ତ ସଂସ୍ଥା ଦ୍ୱାରା ପରିଚାଳିତ ମହାକାଶ ଓ ଜ୍ୟୋତିବିଜ୍ଞାନ ସମ୍ବନ୍ଧୀୟ ଗବେଷଣା ମୂଳକ ପ୍ରତିଯୋଗିତାରେ ଅନୁସନ୍ଧାନ ମୂଳକ ପ୍ରଶ୍ନର ଉତ୍ତର ଦେଇ ଲଗ୍ନଜିତ୍ ଏହି କୃତିତ୍ବ ହାସଲ କରିଛନ୍ତି। 

ଲଗ୍ନଜିତ୍ ପୂର୍ବରୁ ମହାକାଶ ବିଜ୍ଞାନରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଛନ୍ତି।  ଏହି ସମ୍ବନ୍ଧରେ ତାଙ୍କ ସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀ ସଂଜୟ କୁମାର ରଥ , ଶିକ୍ଷୟିତ୍ରୀ ଏସ୍. ଶିରିସା ଉତ୍ସାହିତ ଓ ସହଯୋଗ କରିଥିଲେ। ଅଧ୍ୟକ୍ଷା ଶ୍ରୀମତି ସୁନିତା ପାଣିଗ୍ରାହୀ ଏହି ଦିଗରେ ତାଙ୍କୁ ପୂର୍ବରୁ ପ୍ରେରଣା ଦେଇ ଆସୁଛନ୍ତି।

0
0
0
s2sdefault