ବରଗଡ଼ :- ବରଗଡ ଜିଲ୍ଲାର ଅଗ୍ରଣି ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାରର ୧୨ତମ ପ୍ରତିଷ୍ଠା ଦିବସ ତଥା ବିଶ୍ଵ ରକ୍ତ ଦାତା ଦିବସ ନିରାଡମ୍ବର ଭାବରେ ଖଣ୍ଡହଥା ଆନ୍ଧ୍ର କେମ୍ଫ ସ୍ଥିତ ନିଷ୍ଠା ଭବନରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଅବସରରେ ନିଷ୍ଠା ପରିବାରର ସ୍ଥାୟୀ ଲୋଗୋ ତଥା ସୁଶ୍ରୀ ତ୍ରୀପୁରା ଶୁହୁଲାଙ୍କ ସଂଯୋଜନାରେ ନିଷ୍ଠା ମହିଳା ଶାଖାର ଶୁଭାରମ୍ଭ କରାଯାଇଥିଲା। ପ୍ରସ୍ତାବିତ ନିଷ୍ଠା ବୃଦ୍ଧାଶ୍ରମର ତ୍ବରାନ୍ବୟନ ଉପରେ ଆଲୋଚନା ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବରେ ପୁର୍ବତନ ସାଂସଦ ଡଃ ପ୍ରଭାସ ସିଂହ , ଯୁବ ସଂଗଠକଉମେଶ ଚନ୍ଦ୍ର ପଣ୍ଡା ଓ ଡାକ୍ତର ଅଜିତ ଦର୍ଜି ଯୋଗଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ବିଧାୟକ ଶ୍ରୀଯୁକ୍ତ ଆଚାର୍ଯ୍ୟ ଏ ଅବସରରେ କହିଥିଲେ ଯେ, ନିଷ୍ଠା ଏକ ସଂଗଠନ ନ ହୋଇ ଏକ ବିଚାରରେ ପରିଣତ ହେଲାଣି। ସମାଜସେବା ତଥା ମାନବ ସେବା କ୍ଷେତ୍ର ରେ ନିଷ୍ଠା ପରିବାରର ଅବଦାନ ବରଗଡ ଇତିହାସ ରେ ନିଶ୍ଚିତ ଭାବରେ ଲିପିବଦ୍ଧ ହୋଇ ରହିବ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସସରେ ଉଚ୍ଚଶିକ୍ଷା ପାଇଁ ଝାରବନ୍ଧର ମଳୟ ବସନ୍ତ ଅଗ୍ରେଙ୍କୁ ନିଷ୍ଠା ପରିବାର ତରଫରୁ ନଗଦ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ନିଷ୍ଠାର ସଭାପତି ରକ୍ଷପାଲ ସାହୁଙ୍କ ସଭାପତିତ୍ବ ରେ ଆୟୋଜିତ ଉପରୋକ୍ତ କାର୍ଯ୍ୟକ୍ରମରେ ସଂପାଦକ ଅଶ୍ବିନୀ ତ୍ରିପାଠୀ ବିବରଣୀ ପାଠ,କ୍ଷୀରୋଦ୍ର ସାହୁ ଉଦ୍ଦେଶ୍ୟ ଜ୍ଞାପନ, ମଦନ ମୋହନ ଦାଶ ସଂଯୋଜନା, କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ନିଷ୍ଠା ପରିବାର ସମସ୍ତ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
ରାଜ୍ୟ
ନିଷ୍ଠା ପରିବାରର ୧୨ତମ ପ୍ରତିଷ୍ଠା ଦିବସ ପାଳନ :ଶୁଭାରମ୍ଭ ହେଲା ନିଷ୍ଠା ପରିବାରର ମହିଳା ଶାଖା
- Hits: 453