ହେଡଲାଇନସ୍:

ସଂକ୍ରମଣ ଧିରେ ଧିରେ କମୁଥିଲେ ବି ଆମ ପାଇଁ ସାବଧାନତା ଜରୁରୀ : ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା(ସରୋଜ ସାହୁ) – ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ଏବେ ତଳମୁହାଁ ହେବାରେ ଲାଗିଛି । ଏପ୍ରିଲ ମାସର ଶେଷ ସପ୍ତାହରେ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିଲା । ମଇ ମାସରେ କରୋନା ଶୀର୍ଷରେ ଥିବା ବେଳେ ଜୁନ ମାସର ଦ୍ୱିତୀୟ ସପ୍ତାହରେ କରୋନା ମହାମାରୀର ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା । ମଇ ମାସରେ ଜିଲ୍ଲାରୁ ୨୦୦ରୁ ଉର୍ଧ୍ଵ  ପିଜିଟିଭ୍ ଚିହ୍ନଟ ହେଉଥିଲା, ତେବେ ଜୁନ ମାସରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦୦ ତଳେ ରହିଥିଲା । ବର୍ତମାନ ରାୟଗଡା ଜିଲ୍ଲା ଅରେଂଜ ଜୋନରେ ରହିଥିବା ବେଳେ ସୋମବାର ଦିନ ଜିଲ୍ଲାରୁ ୬୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୧ଟି ବ୍ଲକ ମଧ୍ୟରୁ ୩ଟି ବ୍ଲକ କରୋନା ମୁକ୍ତ ରହିଛି । ସୋମବାର ଜିଲ୍ଲାରୁ ୬୪ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଚିହ୍ନଟଙ୍କ ମଧ୍ୟରୁ ୪୬ ପୁରୁଷ ଓ ୧୮ ମହିଳା ଅଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ଗୁଡାରୀରୁ ୫, ଗୁଣପୁର ପୌରାଚଂଳରୁ ଜଣେ, କଲ୍ୟାଣସିଂହପୁରରୁ ୧୦, କାଶିପୁର ଓ କୋଲନରାରୁ ୪, ମୁନିଗୁଡାରୁ ଜଣେ, ପଦ୍ମପୁରରୁ ୯, ରାମନାଗୁଡାରୁ ୩, ରାୟଗଡା ଗ୍ରାମାଚଂଳରୁ ୧୯ ଓ  ପୌରାଚଂଳରୁ ୮ ପଜିଟିଭ୍ ଚିହ୍ନଟ ହୋଇଥିବା  ବେଳେ ବିଷମକଟକ, ଚନ୍ଦ୍ରପୁର ଓ ଗୁଣପୁର ଗ୍ରାମାଚଂଳ କରୋନା ମୁକ୍ତ ରହିଛି । ସୋମବାର କରୋନାର ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖୟା ୧୨୭ରେ ପହଂଚିଛି ।  ବର୍ତମାନ ସୁଦ୍ଧା ଜିଲ୍ଲାରୁ ୧୭୮୩୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୬୬୯୭ ଜଣ ସୁସ୍ଥ ହୋଇସାରିଲେଣି । ୧୦୦୯ ପଜିଟିଭ୍ ଜେକେପୁର କୋଭିଡ ହସ୍ପିଟାଲ, ବିଭିନ୍ନ କୋଭିଡ କେୟାର ସେଂଟର ଓ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣ ଧିରେ ଧିରେ କମୁଥିଲେ ମଧ୍ୟ ଆମକୁ ସାବଧାନତା ଅବଲମ୍ବନ କରି ଚଳିବା ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିବେଦନ କରିଛନ୍ତି । 

 

 

0
0
0
s2sdefault