ହେଡଲାଇନସ୍:

ଯାଦବ ମହାସଭାର ଭର୍ଚୁଆଲ ବୈଠକ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଜିଲ୍ଲା ଯାଦବ ମହାସଭା ବଲାଙ୍ଗୀର ତରଫ ରୁ ଜୁମ ଆପ ମାଧ୍ୟମ ରେ ଏକ ବୈଠକ ସଭା ଆୟୋଜନ ହୋଇଥିଲା।  ଆଗାମୀ ଜୁଲାଇ ମାସ ରେ ( ଦ୍ବିତୀୟ ବର୍ଷ ) ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ଏହି ସଭା ଆୟୋଜନ ହୋଇଥିଲା।   ଏଥିରେ ଜିଲ୍ଲା ଯାଦବ ମହାସଭା ର ସଭାପତି ପରମାନନ୍ଦ ହାତୀ , ସାଧାରଣ ସମ୍ପାଦକ ପ୍ରଦୀପ ସେଲମା , ସଂଯୋଜକ ମନୋଜ ହାତୀ , ଉପଦେଷ୍ଟା ପିତାମ୍ବର ବଗର୍ତ୍ତୀ , ରାଜ୍ୟ ଛାତ୍ର ସଂଘ ର ସାଧାରଣ ସମ୍ପାଦକ ଦିନେଶ ନାଗ , ଯୁବ ଜିଲ୍ଲା ଯାଦବ ମହାସଭା ସଭାପତି ଦିଲୀପ , ବିନୋଦ କଳସାଏ , ରଜପାଲିଆ , ସନ୍ଦୀପ ବାଗ , ଘନଶ୍ୟାମ ମାନହିର ନୀଳମଣି ଦୀପ , ଖୁସିରାମ ବଗର୍ତ୍ତୀ , ଭୁଲି ହଣ୍ଡ୍  ଉପସ୍ଥିତ ଥିଲେ।  ଜିଲ୍ଲା ପ୍ରବକ୍ତା ଗୌର ରାଜପାଳିଆ ସଭା ପରିଚାଳନା କରିଥିବା ବେଳେ ଯୁବ ଯାଦବ ସଂଗଠକ ହରିଶ ବଗର୍ତ୍ତୀ ଧନ୍ୟବାଦ୍ ଦେଇଥିଲେ । ଆଗାମୀ ଜୁଲାଇ ୦୧ ତାରିଖ ରେ ଜିଲ୍ଲା ଯାଦବ ମହାସଭା ତରଫ ରୁ ବୃକ୍ଷ ରୋପଣ କରାଯିବ ବୋଲି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି।

0
0
0
s2sdefault