ଭୁବନେଶ୍ୱର,(ଶାସକ ପ୍ରଶାସକ) : ଆଜି ରାଜ୍ୟସ୍ତରରେ ତୃତୀୟ ଲୋକକଳା ଦିବସ ପାଳିତ ହୋଇଯାଇଛିା ଭର୍ଚୁଆଲ ମାଧ୍ୟମରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହା ଦେଶର ଏକ ଅନନ୍ୟ କାର୍ଯ୍ୟକ୍ରମ ବୋଲି ଦର୍ଶାଇ ଲୋକକଳା ସହ ଜଡ଼ିତ ସମସ୍ତ କଳାକାରଙ୍କ ପ୍ରତି ସରକାର ସମ୍ବେଦନଶୀଳ ଅଛନ୍ତି ବୋଲି କହିଥିଲୋ ରାଜ୍ୟରୁ କୌଣସି କଳାଶୈଳୀ ଯେପରି ବିଲୁପ୍ତିର ଶିକାର ନହୁଏ ସେ ଦିଗରେ ଏହି କାର୍ଯ୍ରକ୍ରମ ଅଭିପ୍ରେତ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲୋ ଏଥି ସହିତ ସେ ରାଜ୍ୟର ସମସ୍ତ କଳାକାରଙ୍କୁ ରଜ ଉତ୍ସବର ଶୁଭେଚ୍ଛା ଜଣାଇ ସମସ୍ତଙ୍କ ନିରାମୟ ଜୀବନ କାମନା କରିଥିଲୋ
ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଥିଲେ ଯେ ଓଡ଼ିଶା ଏକ କଳାର ପ୍ରଦେଶା ଏହା ଲୋକକଳାର ବିଶାଳ ବୈଭବକୁ ତା'କୋଳରେ ମଣ୍ଡନ କରିଛିା ଆଜିର ଏହି କାର୍ଯ୍ୟକ୍ରମ ଭାରତ ବର୍ଷରେ ଅନନ୍ୟ କାର୍ଯ୍ୟକ୍ରମ ବୋଲି ସେ ଅଭିହିତ କରିଥିଲୋ ପରେ ରାଜ୍ୟର କଳାକାରମାନଙ୍କ ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ବାର୍ତ୍ତା ଭର୍ଚୁଆଲ ମାଧ୍ୟମରେ ପରିବେଷଣ କରାଯାଇଥିଲାା ଏହି କାର୍ଯ୍ୟକ୍ରମରେ ପୂର୍ବ ନିର୍ଦ୍ଧାରଣ ପ୍ରକାରେ କଳାହାଣ୍ଡିର ଘୁମୁରା, କୋରାପୁଟର ଢେମ୍ସା, ବରଗଡ଼ର ଡାଲଖାଇ, ଖୋର୍ଦ୍ଧାର ଘୋଡ଼ାନାଚ, ପଦ୍ମିନୀ ଦୋରାଙ୍କ ସମ୍ବଲପୁରୀ ଗୀତ ଓ ଗଞ୍ଜାମର ବାଘନାଚ ପରିବେଷଣ କରାଯାଇଥିଲାା
ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଓ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇଙ୍କ ରଚିତ ଗୀତ "ଆମେ ମାନିବା ଲକ୍ଡାଉନ୍' ଓ କରୋନା ଯୁଦ୍ଧ ପରିବେଷଣ କରାଯାଇଥିଲାା ପରିଶେଷରେ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ଦାସ ୟୁନିସେଫ୍ ଏହି ଉପକ୍ରମ ନିମନ୍ତେ ବିଗତ ୧୦ ବର୍ଷ ଧରି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଉଥିବାରୁ କୃତଜ୍ଞତା ଜଣାଇଥିଲୋ ଏହି ଭର୍ଚୁଆଲ ଉତ୍ସବରେ ରାଜ୍ୟର ପ୍ରାୟ ୩୦୦ ଜଣ କଳାକାର ସାମିଲ ହୋଇଥିଲୋ ଅନୁରୂପ କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରରେ ଆୟୋଜନ ହୋଇଥିବା ଜଣାପଡ଼ିଛିା ୨୦୧୯ ମସିହାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ଉତ୍ସବ ଗତବର୍ଷ ଏବଂ ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁଁ ଭର୍ଚୁଆଲ ଭାବେ ଜୁନ୍ ୧୪ ତାରିଖରେ ପାଳନ କରାଯାଉଛିା ଏହି ସମସ୍ତ କାର୍ଯ୍ୟକ୍ରମକୁ ବାସୁଦେବ ମାଳବିଶୋଇ ଓ ରାଜ୍ୟ କଳାକାର ମହାସଂଘର ଉପସଭାପତି ଶ୍ରୀ ଅବନୀ ମିଶ୍ର ପରିଚାଳନା କରିଥିଲୋ