ହେଡଲାଇନସ୍:

ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ରକ୍ତଦାନ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ବିଶ୍ୱ ରକ୍ତଦାତା ଦିବସ । ଏହି ବସରରେ  କରୋନା କାଳରେ ରକ୍ତ ଅଭାଵକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ବିଜେପୁର ରେଡ଼ିଆନ୍ସ କଲେଜ ଠାରେ ବିଜେପୁର ବିଜୁ ଯୁବ ଜନତା ଦଳର ତତ୍ତ୍ଵାବଧାନରେ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ସହିତ ମାନ୍ୟବର ବିଜେପୁର ବିଧାୟିକା ଶ୍ରୀମତୀ ରୀତା ସାହୁ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ  ଏହି କାର୍ଯ୍ୟକ୍ରମରେ ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ବିଜେପୁର ଏନ.ଏ.ସି ଯୁବ ସଭାପତି ଅଜିତ ମେହେର, ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର , ବିଜେଡ଼ି ଜିଲ୍ଲା ଉପ ସଭାପତି ଜନାର୍ଦ୍ଦନ ପାଣିଗ୍ରାହୀ, ଯୁବ ନେତା ସୌରଭ ସାହୁ, ବିଜେଡ଼ି ଜିଲ୍ଲା ଯୁବ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ , ବିଜୁ ଯୁବ ଜନତା ଦଳ ବ୍ଲକ ସଭାପତି ସର୍ଜନ ଚିର୍ଗୁଣ,ସୁଶାନ୍ତ ଭୋଇ,ସୁବ୍ରତ ରଥ,ଗୋପାଳ ମେହେର ,ପ୍ରବୀଣ ପଣ୍ଡା,ଶକୁନ୍ତଳା ମହାପାତ୍ର,ରଙ୍ଗୀଣି ମହାଣା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

   ସେହିଭଳି ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ ପ୍ରତକ୍ଷ ତତ୍ତ୍ଵାବଧାନରେ  ସୋହେଲା ବ୍ଲକ୍ ଅନ୍ତର୍ଗତ ଘେଁସ ନିକଟସ୍ତ ଜିତପାଲି ଠାରେ ଅନୁଷ୍ଠିତ ହୋଇଥିବା  ରକ୍ତଦାନ ଶିବିରରେ  ମୁଖ୍ୟ ଅତିଥି  ଭାବେ  ଯୁବନେତା ଶ୍ରୀ ସୁବ୍ରତ ସିଂହ ଯୋଗଦେଇଥିବା ବେଳେ  ସମ୍ମାନୀତ ଅତିଥି ସୋହେଲା ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଜିବର୍ଧନ ବରିହା ଯୋଗ ଦେଇଥିଲେ ।  ଏହି ରକ୍ତଦାନ ଶିବିର ବିଜୁ ଜନତା ଦଳ ତଥା ଯାଦବ ସମାଜ ଗ୍ରାମବାସୀ ବୃନ୍ଦ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ, ଓଡ଼ିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବ୍ରତ ବେହେରା,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଦୟାନିଧି ପଟେଲ, ଜିଲ୍ଲା ଯୁବ IT କୋଡ଼ିନେଟର ଓ ଡିଜିଟାଲ ସମ୍ପାଦକ ସୁରେଶ ବାଗ, ବ୍ଲକ୍ ଯୁବ ସଭାପତି ପ୍ରକାଶ ପାତ୍ର ଓ ଦଳୀୟ କର୍ମକର୍ତ୍ତା ତଥା ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ । 

   ଯେଉଁ ବନ୍ଧୁ ମାନେ ନିୟମିତ ଭାବରେ ରକ୍ତ ଦାନ କରୁଛନ୍ତି ସେମାନଙ୍କୁ ତଥା ରକ୍ତଦାନ କରି ବହୁମୂଲ୍ୟ ଜୀବନ ରକ୍ଷା କରୁଥିବା ପ୍ରତ୍ୟେକ ରକ୍ତଦାତା ମାନଙ୍କୁ ଆଜି ବିଶ୍ଵ ରକ୍ତଦାତା ଦିବସ ଉପଲକ୍ଷେ ଅନେକ ଅନେକ ଅଭିନନ୍ଦନ ଜଣାଇଛନ୍ତି ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ବିଧାୟିକା ଶ୍ରୀମତୀ ରିତା ସାହୁ , ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା  ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା , ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର , ଜିଲ୍ଲା ଯୁବ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ପ୍ରମୁଖ ।

0
0
0
s2sdefault