ହେଡଲାଇନସ୍:

କରୋନା କାଳରେ ଲୋକଙ୍କୁ ସଚେତନ କରିବା ସହ ଅସହାୟଙ୍କୁ ସହାୟତା ଯୋଗାଉଛି ଶିକ୍ଷାନୁଷ୍ଠାନ  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- କରୋନା ମହାମାରୀ ସାରା ଦେଶରେ କରାଲ  ରୂପ ଧାରଣ କରିଛି  । ଏହି ସମୟରେ ସଚେତନତା ହିଁ ସବୁଠାରୁ ମୂଖ୍ୟ ଔଷଧ  । ଉପାନ୍ତ ଅଂଚଳ ତଥା ଅପହଂଚ ଅଂଚଳରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ରହିଥିବା ଦେଖିବାକୁ ମିଲିଥାଏ  । ଶିକ୍ଷାନୁଷ୍ଠାନ କେବଳ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦେନ କରିବ ତାହା ନୁହେଁ କରୋନା ମହାମାରୀ ସମୟରେ ଲୋକଙ୍କୁ ସଚେତନ କରିବା ସହିତ ଅସହାୟକୁ ସହାୟତା ପ୍ରଦାନ କରୁଛନ୍ତି  । ଏଭଲି ଏକ ଶିକ୍ଷାନୁଷ୍ଠାନ ରହିଛି ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ କଠଉମାଲ ଠାରେ  । ଗାଇସିଲାଟ ବ୍ଲକ ବରଗଡ ଓ ବଲାଙ୍ଗୀର ଜିଲ୍ଲାର ମଧ୍ୟ ଭାଗରେ ଅବସ୍ଥିତ ତେଣୁ କଠଉମାଲର ବିରେନ୍ଦ୍ର କୁମାର ମହାବିଦ୍ୟାଳୟ ବରଗଡ ଜିଲ୍ଲା ଓ ପଡୋଶୀ ବଲାଙ୍ଗୀର ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କୁ ଉଚ ଶିକ୍ଷିତ କରୁଛି  । ତାଲାବନ୍ଦ ଯୋଗୁଁ କଲେଜ ବନ୍ଦ ଥିବା ବେଲେ ଏଠାକାର ଲୋକଙ୍କୁ କରୋନା ମହାମାରୀ ଠାରୁ କିପରି ରକ୍ଷା ପାଇବେ ସେ ବିଷୟରେ ସଚେତନ କରିବା ସହିତ ଏହି ଅଂଚଳର ଅସହାୟ,ଦିବ୍ୟାଙ୍ଗ ମାନଙ୍କୁ ଶୁଖିଲା ଖାଦ୍ୟ ଦେଇ ସହେଯାଗ କରୁଛି  । ଏହି ମହାନ କାର୍ଯ୍ୟରେ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା,ଛାତ୍ରଛାତ୍ରୀ ଓ ପରିଚାଳକ ମୁଖ୍ୟ ଭୂମିକା ନେଉଥିବା ବେଲେ ବିଜେପୁର ବିଧାୟିକା ରିତା ସାହୁ ମଧ୍ୟ ଆଗେଇ ଆସିଛନ୍ତି ସହଯୋଗର  ହାତ ବଢାଇବା ପାଇଁ  ।

 

0
0
0
s2sdefault