ବଲାଙ୍ଗୀର/ନିରୋଜ ମିଶ୍ର : ଚଳିତ ବର୍ଷ କରୋନା ଭୟାବହତାକୁ ଦୃଷ୍ଟିରେ ରଖି କରୋନା କଟକଣା ଭିତରେ ସମ୍ପନ୍ନ ହେବ ଦେବ ଦେବ ମହାଦେବ ଓ ମାଁ ପାର୍ବତୀଙ୍କ ବିବାହ ଉତ୍ସବ | ମଙ୍ଗଳବାର ଦିନ କେବଳ ରୀତିନୀତି ଓ ବିନା ଭକ୍ତରେ ହେବ ଏ ପବିତ୍ର ବିଧି ସମ୍ପନ୍ନ। ସହର ମଧ୍ୟରେ ଥିବା ଦେବାଳୟ ଗୁଡିକରେ ନିର୍ଦ୍ଧାରିତ କିଛି ପୂଜକ ଓ ମାଁ ପାର୍ବତୀ ଓ ମହାଦେବ ଙ୍କ ପିତା ମାତା ଙ୍କ ଗହଣ ରେ ସମାପନ ହେବ ବିବାହ ଉତ୍ସବ | ରୀତି ନୀତି ପାଇଁ ନିର୍ଦ୍ଧାରିତ ପୁଜକ ଏବଂ ଦିଅଁଙ୍କ ମାତାପିତା ସାମାଜିକ ଦୂରତା ସହ ମାସ୍କ ପରିଧାନ କରିବା ନିତାନ୍ତ ଆବଶ୍ୟକ । ଯାହା ପାଇଁ ଏବେ ସାମାଜିକ ଦୂରତା ଅବଲମ୍ବନ ସହ ରୀତିନୀତି ଅନୁସାରେ ଦିଅଙ୍କ ବିବାହ ପ୍ରକିୟା ପାଇଁ ସଜବାଜ ହୋଇଛନ୍ତି ଦେବ ଦମ୍ପତ୍ତିଙ୍କ ମାତାପିତା। ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଏହି ଶୀତଳଷଷ୍ଠୀ ମହୋତ୍ସବ ମହାଆଡମ୍ବର ତଥା ଧୁମ ଧାମ ରେ ପାଳିତ ହୋଇଥାଏ। ତାହା ପୁଣି ଗୋଟେ ମାସ ଆଗରୁ ସହର ତଥା ଗ୍ରାମାଞ୍ଚଳ ରେ ଉତ୍ସବ ମୁଖର ହୋଇଉଠିଥାଏ। ଯାହା ଏବେ କରୋନା ପାଇଁ ସବୁଠି ଖାଁ ଖାଁ ପରିସ୍ଥିତି ଦେଖା ଦେଇଛି। ସରକାରଙ୍କ ନିୟମାବଳୀ ଅନୁସାରେ ଚଳିତ ବର୍ଷ ମଧ୍ୟ କେବଳ ରୀତିନୀତି ରେ ଚାଲିବ ଦିଅଁ ଦମ୍ପତି ଙ୍କ ପୂଜାର୍ଚ୍ଚନା। ତେବେ ଚଳିତ ବର୍ଷ ଦିଅଁ ଦମ୍ପତ୍ତି ମାତା ପିତା ଭାବେ ବଲାଙ୍ଗୀର ସହରର ରାଧାରାଣୀ ପଡ଼ାର ଦୀପକ ଚୌଧରି,ସ୍ତ୍ରୀ ଜାହ୍ନବୀ ଚୌଧରି ମାଁ ପାର୍ବତୀ ଙ୍କ ମାତାପିତା ଦାୟିତ୍ୱ ତୁଲାଉଥିବାବେଲେ ଝିଅଙ୍କୁ ଯେମିତି ଵିଵାହ କରାଯାଏ ବସ୍ତ୍ର,ଅଳଙ୍କାର ତଥା ସମସ୍ତ ସାମଗ୍ରୀ ଦେଇ ସବୁ ସାମଗ୍ରୀ କିଣି ବିବାହ ପାଇଁ ସଜବାଜ ହୋଇଛନ୍ତି। ଅନ୍ୟପଟେ ଦେବ ଦେବ ମହାଦେବଙ୍କ ମାତାପିତା ଭାବେ କଂସାରି ପଡ଼ା ର ଭୁଜେନ୍ଦ୍ର ସେଠ ଓ ସ୍ତ୍ରୀ ସୁନିତା ସେଠ ରହିଛନ୍ତି। ତେବେ ସୂଚନା ଅନୁସାରେ ବିଗତ ତିନି ବର୍ଷ କାଳ ଏ ଦୁଇ ପରିବାର ସଦସ୍ୟ ଦିଅଁ ଦମ୍ପତ୍ତିଙ୍କୁ ମାତା ପିତା ଭାବେ ପାଇ ଖୁବ ଖୁସି ଅନୁଭବ କରିଛନ୍ତି।ସେପଟେ ତିନୋଟି କନ୍ୟା ସନ୍ତାନର ମାଁ ହୋଇଥିବା ସୁନିତା ସେଠ ଓ ତାଙ୍କ ସ୍ବାମୀ ବିଗତ ତିନିବର୍ଷ ହେବ ଦେବ ଦେବ ମହାଦେବ ଙ୍କୁ ପୁତ୍ର ସନ୍ତାନ ଭାବେ ପାଇ ଖୁବ ଖୁସି ଅନୁଭଵ କରିଛନ୍ତି। ତେବେ ଦିଅଁ ଦମ୍ପତ୍ତିଙ୍କ ବିବାହ ଉତ୍ସବ ର ସମସ୍ତ ରୀତିନୀତି ପ୍ରକ୍ରିୟା ଶେଷ ପ୍ରକ୍ରିୟାରେ ଥିବା ବେଳେ ଦୁଇ ପରିବାରର ସଦସ୍ୟଙ୍କ ମଧ୍ୟରେ ଖୁସି ର ଢେ଼ଉ ପରିଲକ୍ଷିତ ହୋଇଛି।ଯାହା ଆସନ୍ତା ୧୫,୬,୨୦୨୧ମଙ୍ଗଳବାର ଦିନ ସକାଳ ଆଠ ଟା ରୁ ୧୦ ଟା ସମୟ ମଧ୍ୟରେ ଲଗ୍ନ ଥିବାବେଳେ ସହର ମଧ୍ୟରେ ଥିବା ରାଧାରାଣୀ ପଡ଼ା,ଗାନ୍ଧିନଗର ପଡ଼ା, ବ୍ରାହ୍ମଣ ପଡ଼ା, ସାଗର ପଡ଼ା ପେଲେସ ଲାଇନ,ଓ ଶାନ୍ତି ପଡ଼ାର ଶୈବ ପୀଠରେ ବିବାହଉତ୍ସଵ ପାଳନ ହେବ।ତେବେଏହି କରୋନା ମହାମାରୀର ଅନେକ ବାଧାବିଗ୍ନ ସତ୍ୱେ ଦିଅଁ ଦମ୍ପତ୍ତିଙ୍କ ବିବାହ ଉତ୍ସବ କୁ କରିପାରିନି ଫିକା ।
ରାଜ୍ୟ
କରୋନା କଟକଣା ଭିତରେ ସମ୍ପନ୍ନ ହେବ ଦେବ ଦେବ ମହାଦେବ ଓ ମାଁ ପାର୍ବତୀଙ୍କ ବିବାହ ଉତ୍ସବ
- Hits: 428