ବିଭ୍ରାନ୍ତି ସୃଷ୍ଟିକାରୀ ମିଛ ଖବର ପ୍ରତ୍ୟାହାର କରିବା ପାଇଁ ଏସଆରସି ଦେଲେ ପରାମର୍ଶ
"ମିଛ ଖବରର ଉତ୍ସ ଉପରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି "
ଭୁବନେଶ୍ୱର(ଶାସକ ପ୍ରଶାସକ) : ଜୁନ ୧୭ ତାରିଖ ପରବର୍ତ୍ତୀ ଲକଡାଉନ୍/ଅନଲକ୍ ନେଇ କୌଣସି ମାର୍ଗଦର୍ଶିକା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇନାହିଁ | ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏ ସମ୍ପର୍କିତ ଖବର ମିଛ। ଏ ମିଛ ଖବରରେ ବିଭ୍ରାନ୍ତ ନହେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ ଜେନା | ଠିକଣା ସମୟରେ ଆବଶ୍ୟକ ନିଷ୍ପତ୍ତି ସମ୍ପର୍କରେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯିବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି |
ଅପରପକ୍ଷରେ ଅଯଥା ଲୋକଙ୍କୁ ବିଭ୍ରାନ୍ତି ସୃଷ୍ଟି ନକରି ଏଭଳି ମିଛ ଖବର ପ୍ରସାରିତ କରୁଥିବା ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ସେ ସବୁ ପ୍ରତ୍ୟାହାର କରିବା ପାଇଁ ପରାମର୍ଶ ଦେବା ସହ ଏ ସବୁ ମିଛ ଖବର ଉପରେ ଦୃଷ୍ଟି ଦେବା ପାଇଁ ପୋଲିସ ଡିଜିଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା | ଲୋକଙ୍କ ଭିତରେ ଭୟ ଆଉ ଭ୍ରାନ୍ତି ସୃଷ୍ଟି କରୁଥିବା ମିଛ ଖବରର ଉତ୍ସ ବିରୋଧରେ କିଛି କାର୍ଯାନୁଷ୍ଠାନର ଆବଶ୍ୟକତା ଅନୁଭୂତ ହୋଇଛି ବୋଲି ଡିଜିପିଙ୍କ ଉଦ୍ଦେଶ୍ୟରେ ଟୁଇଟ କରି ଏସଆରସି ତଥା ଉନ୍ନୟନ କମିଶନର ଶ୍ରୀ ଜେନା ଉଲ୍ଲେଖ କରିଛନ୍ତି |