ହେଡଲାଇନସ୍:

ଭଦ୍ରକ ପୌରାଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ଅଚଳ : ନିମ୍ନ ମାନର କାର୍ଯ୍ୟ ଅଭିଯୋଗ l 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ ବ୍ଲକ୍ (ସୀତାକାନ୍ତ ପାଢ଼ୀ): ଭଦ୍ରକ ପୌରାଞ୍ଚଳରେ ଦୀର୍ଘ ଦିନ ଧରି ଡ୍ରେନେଜ  ବ୍ୟବସ୍ଥା ଅଚଳ ଅବସ୍ଥାରେ ପଡ଼ି ରହିଛି l ଏହାକୁ ସଚଳ କରିବା ପାଇଁ ଭଦ୍ରକ ବିଧାୟକ ବିଭିନ୍ନ ସୂତ୍ରରୁ କୋଟି କୋଟି ଟଙ୍କାର ଅନୁଦାନ ଆଣି ଖର୍ଚ୍ଚ କରୁଥିବା ବେଳେ, ଏହି ଅନୁଦାନର ସଠିକ ଖର୍ଚ୍ଚ ହେଉ ନଥିବାର ଅଭିଯୋଗ ହେଉଛି l ବିଭିନ୍ନ ୱାର୍ଡରେ ନିମ୍ନ ମାନର ଡ୍ରେନ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି l ଆଜିକୁ 3 ମାସ ପାଖାପାଖି ହବ 26 ନମ୍ବର ୱାର୍ଡର ମୁଖ୍ୟ ରାସ୍ତା ପାଖରେ ଡ୍ରେନ କାମ ଚାଲିଛି l ସରିବାକୁ ନା ଧରୁନାହିଁ, ଯାହାକି ଏହି ରାସ୍ତାଦେଇ ହଜାର ହଜାର ଲୋକମାନେ ଯିବା ଆସିବା କରୁଛନ୍ତି ଓ ପ୍ରତେକ ଦିନ ମେଡିକାଲକୁ ଜରୁରୀ କାର୍ଯ୍ୟରେ ଲୋକମାନେ ଯାଉଛନ୍ତି l ରାସ୍ତା ମଝିରେ ବାଲି, ଇଟା ଓ ଭଙ୍ଗା ସ୍ଲାପକୁ ପକାଇ ଅବରୋଧ କରୁଥିବା ବେଳେ ସେହି ରାସ୍ତା ଦେଇ ଗାଡି ମୋଟର ଯିବା ଆସିବା ପାଇଁ ଅନେକ ସମସ୍ୟା ଉପୁଜୁଛି l କଣ୍ଟ୍ରାକଟରଙ୍କ ମନଇଚ୍ଛା କାମପାଇଁ ଏହି ରାସ୍ତାରେ ଆମ୍ବୁଲାନ୍ସ ଓ ଦମକଳ ଗାଡି ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି l କୌଣସି ଅସୁବିଧା ହେଲେ ଗାଡି ଆସିବାକୁ ଦୀର୍ଘ ସମୟ ଲାଗୁଛି l ଗାଡି ଆସିପାରୁ ନାହିଁ l କିଛି ଦିନ ପୂର୍ବେ ଧନାଟୋଲl ଗାଁ ରେ ଦୁଇ ପିଲା ଛାତ ଉପରେ କାମ କରୁଥିବା ସମୟରେ ଇଲେକ୍ଟ୍ରି କରେଣ୍ଟ ଲାଗି ଯାଇଥିଲା l ତାଙ୍କୁ ମେଡିକାଲ ଯିବା ପାଇଁ ଆମ୍ବୁଲାନ୍ସ ଆସିଥିଲା କିନ୍ତୁ ନାଳ କାମ ପାଇଁ ଆମ୍ବୁଲାନ୍ସକୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା l ପ୍ରାୟ ଏକ ଘଣ୍ଟା ଅପେକ୍ଷା ପରେ ଆମ୍ବୁଲାନ୍ସ ଡ୍ରାଇଭର ନିଜେ ରାସ୍ତାରେ ପଡ଼ିଥିବା ସ୍ଲାପକୁ ଉଠାଇ ସେ ରୋଗୀଙ୍କ ପାଖରେ ପହୁଁଚିଥିଲେ l କଂଟ୍ରାକଟରଙ୍କ ମନ ଇଚ୍ଛା କାମ ପାଇଁ ଜଦି କାହାର ଜୀବନ ଚାଲିଗଲା

ତାପାଇଁ ଦାୟୀ,  କିଏ ରହିବ ପୌରପାଳିକା ନା ଠିକାଦାର l ଏପରି ଘଟଣା ପ୍ରତି ଜିଲ୍ଲା ପ୍ରଶାସନ ଓ ପୌର କର୍ତ୍ତୃପକ୍ଷ  ତୁରନ୍ତ ଧ୍ୟାନ ଦେବା ସହିତ ଏପରି ବିଳମ୍ବ କାର୍ଯ୍ୟକୁ ତୁରନ୍ତ କରିବାକୁ ଦାବି ହେଉଛି l

0
0
0
s2sdefault