ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ଉତ୍ତରାଞ୍ଚଳ ପୋଲିସ ଡ଼ିଆଇଜି ଭାବେ ଆଜି ୨୦୦୪ ବ୍ୟାଚ ଆଇପିଏସ ଦୀପକ କୁମାର ଯୋଗଦେଇଛନ୍ତି। ଆଇଜି ନରସିଂହ ଭୋଳଙ୍କ ଠାରୁ ଦୀପକ କୁମାର ଦାୟିତ୍ୱ ଗ୍ରହଣ କରି ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି।
ବରଗଡ଼, ବଲାଙ୍ଗୀର, ସୁବର୍ଣପୁର ଏବଂ ସମ୍ବଲପୁର ଏସପିଙ୍କ ସହ ଅଞ୍ଚଳର ଆଇନ ଶୃଙ୍ଖଳା ସ୍ଥିତି ନେଇ ଆଲୋଚନା କରିବା ସହ ମାଓ ସମସ୍ୟା ଏ ଅଞ୍ଚଳର ପ୍ରମୁଖ ସମସ୍ୟା ହେଇଥିବାରୁ ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଦୀପକ।ପୂର୍ବରୁ ବଲାଙ୍ଗୀର ଏସପି ଥିବା ସମୟରେ ତଥା ଏନଆଇଏରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର କାର୍ଯ୍ୟଶୈଳୀ ପାଇଁ ବେଶ ଚର୍ଚ୍ଚାରେ ଥିଲେ ଶ୍ରୀ କୁମାର |