ହେଡଲାଇନସ୍:

ପେଟ୍ରୋଲ ଦର ଵୃଦ୍ଧି ପ୍ରତିବାଦ: କନ୍ଧମାଳ ଜିଲ୍ଲାରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ  କଂଗ୍ରେସ କର୍ମୀଙ୍କ ବିକ୍ଷୋଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଗନ କୁମାର ପ୍ରଧାନ(ଘୁ.ଉଦୟଗିରି): କଂଗ୍ରେସ ଦଳର ନିଷ୍ପତି କ୍ରମେ ଆଜି କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ପେଟ୍ରୋଲ ଦର ଵୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି I ଟିକାବାଲି ବ୍ଲକ କଂଗ୍ରେସ କମିଟି ସଭାପତି ଗୋକୁଳ ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ଅନୁସୂଚିତ ଅଦକ୍ଷ ପ୍ରଫୁଲ୍ଲ ଦିଗାଲଙ୍କ ସମେତ ବ୍ଲକର କଂଗ୍ରେସ କର୍ମୀ ଟିକାବାଲି ପେଟ୍ରୋଲ ପମ୍ପ ଠାରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି I ବର୍ତ୍ତମାନ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମନମୁଖୀ ଶାସନ ଯୋଗୁଁ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ଦର ଦିନକୁ ଦିନ ଵୃଦ୍ଧି ପାଇବାରେ ଲାଗିଛି I ଏଥିରେ ଗରୀବ କୁଲି ମୁଜୁରିଆ ଲୋକମାନେ ବହୁତ ପ୍ରଭାବିତ ହେଉଛନ୍ତି ବୋଲି ବ୍ଲକ କଂଗ୍ରେସ ସଭାପତି ମତପ୍ରକାଶ କରିଛନ୍ତି I ଏହି କାର୍ଯ୍ୟକ୍ରମରେ କଂଗ୍ରେସ କାର୍ଯ୍ୟକାରି ସଦସ୍ୟ ସାମୁଏଲ ନାୟକ, ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠକ ବ୍ଲକ ସଭାପତି ଚନ୍ଦନ ପଣ୍ଡା, ଶିବାଜୀ ଦିଗାଲ, ରମା ପଣ୍ଡା, ପିଙ୍କୁ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ I ସେହିପରି ଫୁଲବାଣୀ, ଦାରିଙ୍ଗବାଡ଼ି, ବାଲିଗୁଡ଼ା, ରାଇକିଆ ଇତ୍ୟାଦି ସ୍ଥାନରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀ ଦଳୀୟ ବାନା ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି I

 

0
0
0
s2sdefault