ତିହିଡ଼ି(ସେଖ ଅବଦୁଲ ଫିତର ): ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବ ପୁର ବ୍ଲକ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଥିବା ଅଭିଯୋଗ ହେଉଛି | | କେବେ ରାସନ୍ କାର୍ଡରୁ ଚାଉଳ ଲୁଟ ତ କେଉଁଠି ରାସ୍ତା ନିମ୍ନମାନର କାମ କରି ଲୁଟ ଅବା ଏବେ ରିଲିଫ ଚାଉଳ ଲୁଟ ଅଭିଯୋଗ। ରିଲିଫ ଚାଉଳ ଲୁଟ ପରି ଏକ ସଙ୍ଗୀନ ଅଭିଯୋଗ ଆସିଛି ବାସୁଦେବପୁର ବ୍ଲକ | ସୁଗୋ ପଞ୍ଚାୟତର କିଛି ଗ୍ରାମବାସି ଆଜି ବାସୁଦେବପୁର ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ତାଙ୍କ ପଞ୍ଚାୟତରେ ରିଲିଫ ଚାଉଳ ସେମାନଙ୍କୁ ସରକାରୀ ଧାର୍ଯ୍ୟଠାରୁ କମ ଦେଉଥିବାର ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଯେ ସେମାନେ ପ୍ରତିବାଦ କଲେ ବଣ୍ଟନ ଦାୟିତ୍ୱରେ ଥିବା ଅଧିକାରୀ ଓ ଜନପ୍ରତିନିଧି ଧମକ ଚମକ ଦେଉଛନ୍ତି। ଦେଖାଯାଉ ,ଲୋକଙ୍କ ଅଭିଯୋଗ ଉପରେ କିଭଳି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେଉଛି |
ରାଜ୍ୟ
ରିଲିଫ ଚାଉଳ ବଣ୍ଟନରେ ଦୁର୍ନିତି ଅଭିଯୋଗ
- Hits: 378