ହେଡଲାଇନସ୍:

ସହରାଞ୍ଚଳର ଉଠାଦୋକାନୀଙ୍କ ପାଇଁ ରାଜ୍ୟ ସରକାରଙ୍କ କୋଭିଡ ସହାୟତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା  ମଂଜୁର କଲେ ମୁଖ୍ୟମନ୍ତ୍ରୀ ।

 ନିଷ୍ପତ୍ତି ପାଇଁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ପ୍ରତାପ ଜେନା 

ଭୁବନେଶ୍ୱର /ଶାସକ ପ୍ରଶାସକ :  କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ । ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକ୍ଡାଉନ ଯୋଗୁ ସହରାଞ୍ଚଳର (street vendor) ଉଠାଦୋକାନୀ ଙ୍କ ମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠାଦୋକାନୀଙ୍କ (street vendor ) ଭାବରେ ଜୀବିକା ନିର୍ବାହ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କରିଛନ୍ତି ।  ଏହାଦ୍ବାରା ରାଜ୍ୟର ୮୭ ହଜାର ୬୫୭ ଜଣ ଉଠାଦୋକାନୀ (Street vendor) ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ପାଇଁ କୃତଜ୍ଞତା ଜଣାଇଛନ୍ତି ଗୃହ ନିର୍ମାଣ, ନଗର ଉନ୍ନୟନ, ପଞ୍ଚାୟତିରାଜ-ପାନୀୟ ଜଳ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା | ଶ୍ରୀ ଟୁଇଟ କରି ଜଣାଇଛନ୍ତି "ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠାଦୋକାନୀ ଭାବରେ ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କ ପାଇଁ 'ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି'ରୁ ୨୬ କୋଟି ଟଙ୍କା ମଂଜୁର କରିଛନ୍ତି।ଏହାଦ୍ବାରା ରାଜ୍ୟର ୮୭ ହଜାର ୬୫୭ ଜଣ ଉଠାଦୋକାନୀ ଉପକୃତ ହେବେ। ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।"

0
0
0
s2sdefault