ହେଡଲାଇନସ୍:

ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଉଦଯାପିତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

01-07-18-sankula.jpg - 148.21 kB

ପଦ୍ମପୁର/Nila Deep - ପଦ୍ମପୁର ସହରର କୁସୁନାପାଲି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପଦ୍ମପୁର ସଂକୁଳ ଅନ୍ତର୍ଗତ ୯ଟି ଶିଶୁ ମନ୍ଦିରର ଆଚାର୍ଯ୍ୟ ଆଚାର୍ଯ୍ୟ ମାନଙ୍କର ତ୍ରୀଦିବସିୟ ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ମାନ୍ୟବର ଡଃ ବାଞ୍ଝାନିଧି ପଣ୍ଡା ଙ୍କ କରଳ ମକରେ ତା୨୮/୦୬/୨୦୧୮ ବୁଧବାର ଉଦଘାଟିତ ହୋଇଥିଲା । ସଭାପତି ରୋହିତଙ୍କୁ ମେହେର , ସମ୍ପାଦକ ଦ୍ବାଦଶ କୁମାର ପ୍ରଧାନ ,ମୁଖ୍ୟ ବକ୍ତା ଅରୁଣ କୁମାର ବାଗ , ପଶ୍ଚିମ ସଂଭାଗ ଶିଶୁ ବାଟିକା ସଂଯୋଜକ ମୁଖ୍ୟ ଅତିଥି ଡ଼ଃ ବାଞ୍ଝାନିଧି ପଣ୍ଡା ସଭାପତି ପୁର୍ବି କ୍ଷେତ୍ର ଯୋଗ ଦେଇଥିବା ବେଳେ ସଂକୁଳ ସଂଯୋଜକ ଯୁବରାଜ ପ୍ରଧାନ ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଞାପନକରିଥିଲେ ।

       ତା ୦୧/୦୭/୨୦୧୮ ରବିବାର ଦିନ ଉଦଯାପନୀ ସମାରୋହ କାର୍ଯ୍ୟକ୍ରମ ରେ ସମାଜସେବୀ  ଆଶିଷ କୁମାର ବହିଦାର ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଆଗେଇ ନେଇ ଭଗବତ ଗୀତା ଉପରେ ଉପସ୍ଥିତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ମାର୍ଗ ଦର୍ଶକ କରିଥିଲେ ।ଅନ୍ୟତମ ଅତିଥି ଭାବରେ  ଅରୁଣ କୁମାର ବାଗ(ପଶ୍ଚିମ ସଂଭାଗ ଶିଶୁ ବାଟିକା ଶୈଷିକ ସଂଯୋଜକ) ଯୋଗଦେଇ ଶିଶୁ ବିଦ୍ୟା ମନ୍ଦିର ମାନଙ୍କରେ ଶିଶୁ ବାଟିକା ଠାରୁ ନେଇ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କିପରି ଶୈଷିକ ବିକାଶରେ ଉନ୍ନତି ହୋଇଛି ଛାତ୍ରଛାତ୍ରୀ ମାନେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ସେ ଉପରେ ଆଲୋଚନା କରିଥିବା ବେଲେ ସଂକୁଳ ସଂଯୋଜକ  ଯୁବରାଜ ପଧାନ ଅତିଥି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ଓ ପ୍ରଶିକ୍ଷଣର ବୄତ୍ତ କଥନ କରିଥିଲେ ।ତ୍ରୀଦିବସିୟ ଏହି ପ୍ରଶିକ୍ଷଣରେ  ୯ଗୋଟି ଶିଶୁ ମନ୍ଦିରରୁ ୧୩୭ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗଦେଇ ୧୬ଟି କାଳାଂଶରେ ଶୈଷିକ ବିନ୍ଦୁ ଗୁଡିକ ନୂତନ କୌଶଳ ତଥା କମ୍ପ୍ୟୁଟର ମାଧ୍ୟମରେ ତାଲିମ ଗ୍ରହଣ କରିଥିଲେ । ସମ୍ପାଦକ  ଦ୍ବାଦଶ କୁମାର ପ୍ରଧାନ ଅର୍ପଣ କରିଥିଲେ ।ସମସ୍ତ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳତାର ସହ ସମାପନ ହୋଇଥିଲା 

0
0
0
s2sdefault