ହେଡଲାଇନସ୍:

ସହରର ସୌନ୍ଦର୍ଯ୍ୟକରଣ ଓ ସ୍ୱଚ୍ଛତା ପାଇଁ  କାର୍ଯ୍ୟକ୍ରମ ଚାଲୁ ରହିବ :ତହସିଲଦାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ତହସିଲଦାର ଭାବରେ ଓଏଏସ ଜନ୍ମେଜୟ ସାହୁ ଯୋଗ ଦେବା ତଥା  ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ୱ  ଭାର ଗ୍ରହଣ କରିବା ପରେ  କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ ସହ ଏନଏସିକୁ କ୍ରିୟାଶୀଳ କରି କରି ବେଶ ଚର୍ଚ୍ଚାକୁ ଆସିଛନ୍ତି | 

ଆଜି ତହସିଲଦାର/ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜନ୍ମେଜୟ ସାହୁ( ଓଏଏସ)ଙ୍କ ଦ୍ୱାରା ସ୍ଵଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ସହର ମଧ୍ୟରେ କରାଯାଇଛି I ଘୁ.ଉଦୟଗିରି ସହରକୁ ସରସ ସୁନ୍ଦର କରିବା ପାଇଁ ନୂତନ କୋର୍ଟ ସାମନାରେ ଥିବା ଲଟାବୁଦା ସଫା କରାଯାଇଛି I ଏହା ସହ ସ୍ୱୟଂ ସହାୟକ ଗୃହ ଏବଂ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ଭାଗରେ ଥିବା ପରିତ୍ୟକ୍ତ ଘରକୁ ମଧ୍ୟ ଜେସିବି ସାହାଯ୍ୟରେ ସଫେଇ କରାଯାଇଛି I ଲଟା ବୁଦା ଏବଂ ପରିତ୍ୟକ୍ତ ଘର ରହିବା ଦ୍ୱାରା କୋର୍ଟ ଏବଂ ସେଠାରେ ସରକାରୀ ଅନୁଦାନରେ ନିର୍ମିତ ମହିଳା ସ୍ୱୟଂ ସହାୟକ ଗୃହର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଆସାମାଜିକ ଲୋକଙ୍କ ପ୍ରାଦୁର୍ଭାବ ବଢୁ ଥିବାର ଅଭିଯୋଗ ମଧ୍ୟ ହେଉ ଥିଲା I ସେଥି ପାଇଁ ଆଜି ସେହି ଜାଗାକୁ ସଫା କରାଯାଇ ଥିବା ସ୍ଥାନୀୟ ତହସିଲଦାର/ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓଏଏସ ଜନ୍ମେଜୟ ସାହୁ ସୂଚନା ଦେଇ ଛନ୍ତି I ଆଗାମୀ ଦିନରେ ସହରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ସଫେଇ କାର୍ଯ୍ୟକ୍ରମ ଚାଲୁ ରହିବା ନେଇ ମଧ୍ୟ ତହସିଲଦାର ସୂଚନା ଦେଇ ଛନ୍ତି I ସ୍ଥାନୀୟ ତହସିଲଦାର/ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓଏଏସ ଜନ୍ମେଜୟ ସାହୁଙ୍କ ଏହି ଲୋକାଭିମୁଖୀ କାର୍ଯ୍ୟକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି I

0
0
0
s2sdefault