ହେଡଲାଇନସ୍:

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫେୟାର ଟ୍ରଷ୍ଟ ତରଫରୁ ବୃକ୍ଷ ଚାରା ରୋପଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ ସାହୁ) - ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ ସାଇପ୍ରିୟା ୱେଲଫେୟାର ଟ୍ରଷ୍ଟ ତରଫରୁ କୋଭିଡ ନିୟମ ଯଥା, ମାସ୍କ ପରିଧାନ ଓ ସାମାଜିକ ଦୂରତାକୁ ପାଳନ କରି ଓ ପରିବେଶ ସୁରକ୍ଷା ଜୀବନ ରକ୍ଷାକୁ ଆଧାର କରି ସାଇପ୍ରିୟା ୱେଲଫର ଟ୍ରଷ୍ଟର କାର୍ଯ୍ୟାଳୟ ପରିସରରେ ଏକ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭାପତି ନନ୍ଦ କିଶୋର  ଚୌଧୁରୀଙ୍କ ନେତୃତ୍ୱରେ ବୃକ୍ଷ ଚାରା ରୋପଣ କରାଯାଇଥିଲା । ବର୍ତମାନ ପିରସ୍ଥିତିରେ ପରିବେଶକୁ ସନ୍ତୁଳିତ ରଖିବା ନିହାତି ଆବଶ୍ୟକ ହୋଇପଡିଛି । ପରିବେଶକୁ ସନ୍ତୁଳିତ ରଖିବାକୁ ହେଲେ ପ୍ରତ୍ୟେକ ଲୋକ ନିହାତି ଗୋଟିଏ ଗୋଟିଏ ବୃକ୍ଷ ଚାରା ରୋପଣ କରିବା ଆବଶ୍ୟକ ନ ହେଲେ ଆଗାମୀ ପିଢି ଅମ୍ଲଜାନ ବିନା ଅକାଳରେ ମୃତ୍ୟୁ ମୁଖରେ ପଡିବେ ଓ ଏହାକୁ କିଏ ବି ରୋକି ପାରିବେ ନାହିଁ ବୋଲି ଟ୍ରଷ୍ଟର ସମ୍ପାଦକ ଦୟାନନ୍ଦ ଖାଡାଙ୍ଗା ମତବ୍ୟକ୍ତ କରିବା ସହ ଟ୍ରଷ୍ଟ ତରଫରୁ ବିଭିନ୍ନ ସମୟରେ ଜନ ହିତକର କାର୍ଯ୍ୟ ମାନ କରା ଯାଉଥିବା ସୂଚନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସାଇପ୍ରିୟା ୱେଲଫର ଟ୍ରଷ୍ଟ ସମ୍ପାଦକ ଦୟାନନ୍ଦ ଖାଡାଙ୍ଗା ପରିଚାଲନା କରିଥିବା ବେଳେ ସଭ୍ୟ ପ୍ରଦୀପ ପଣ୍ଡା, ଟି. ଏନ. ରାଓ, ସନ୍ୟାସୀ ପାଣିଗ୍ରାହୀ, ବିଜୟ ଚନ୍ଦ୍ର ପାତ୍ର ଓ ଗୀତାରାଣୀ ମିଶ୍ର ପ୍ରମୁଖ ବୃକ୍ଷ ଚାରା ରୋପଣ କରିବା ସହ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault