ହେଡଲାଇନସ୍:

ବେତନଟୀ ଓ ବୈଶିଙ୍ଗାରେ କାଳବୈଶାଖି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭାଙ୍ଗିଲା ଗଛ, ଉପୁଡିଲା ବିଦ୍ୟୁତ ଖୁଣ୍ଟ, ବଜ୍ରପାଦରେ ଦୁଇଟି ଗାଈ ମୃତ 

ବେତନଟୀ(ଶାସକ ପ୍ରଶାସକ) : ବେତନଟୀ ଓ ବୈଶିଙ୍ଗା ଅଞ୍ଚଳରେ ଭୟଙ୍କର କାଳ ବୈଶାଖି ଅନୁଭୂତ ହୋଇଛି । କଳାହାଣ୍ଡିଆ ମେଘ ଘୋଟି ଆସିବା ସହିତ ପ୍ରବଳ ବର୍ଷା, ପବନ ଓ ବଜ୍ରପାତ ହୋଇ ଥିଲା । ଏହି କାଳବୈଶାଖିରେ ବେତନଟୀ କଲେଜ ରୋଡ, ରଘୁପୁର ଓ ଅନ୍ୟାନ ସ୍ଥାନରେ ବିଶାଳ ଗଛ ସବୁ ଉପାଡି ଓ ଭାଙ୍ଗି ପଡି ଥିବାର ଦେଖା ଯାଇଛି । ବହୁ ସ୍ଥାନରେ କଚ୍ଛା ଓ ଟିଣ ଛପର ଉଠାଇ ନେଇଛି । ବିଦ୍ୟୁତ ଖୁଣ୍ଟ ଗୁଡିକ ଉପୁଡି ପଡିବା ସହିତ ତାର ଛିଣ୍ଡି ଯାଇଛି । କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟରେ ଥିବା ଛୋଟ ଟ୍ରାନ୍ସଫରମର ଗୁଡିକ ମଧ୍ୟ ଖସି ପଡି ଥିବାର ଦେଖା ଯାଇଛି । ବେତନଟୀ ଥାନା ଅଧୀନ ଛୋଟରାୟପୁର ଗ୍ରାମର ସୁରେନ୍ଦ୍ର ବେହେରାଙ୍କର ଦୁଇଟି ଗାଈ ଚରୁ ଥିବା ବେଳେ ହଠାତ ବଜ୍ରପାତ ଘଟି ଦୁଇଟି ଯାକ ଗାଈର ଘଟଣାସ୍ଥଳରେ ମୃତ୍ୟୁ ଘଟି ଥିବାର ଜଣା ପଡିଛି । ଅନ୍ୟ ପକ୍ଷରେ ବେତନଟୀ ବିଦ୍ୟୁତ ବିଭାଗର ଉପଖଣ୍ଡ ଅଧିକାରୀ ଶଶୀଭୂଷଣ ପାଲ, ଜୁନିଅର ମ୍ୟାନେଜର ଅଶ୍ୱନୀ କୁମାର ସାହୁ, ବେତନଟୀ ଦମକଳ ଅଧିକାରୀ ସୁରେନ୍ଦ୍ର କୁମାର ସେଠୀ ବିଦ୍ୟୁତ ଓ ଦମକଳ କର୍ମଚାରୀ ମାନେ ପ୍ରଚେଷ୍ଟା କରି ପଡି ଥିିବା ଗଛ ଓ ଡାଳ ଗୁଡିକୁ କାଟି ସଫା କରିବା ସହିତ ବିଦ୍ୟୁତ ସରବରାହ ସାଧାରଣ କରିଛନ୍ତି ।

 

 

 

0
0
0
s2sdefault