ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର
ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ଜନଜାତି ସଂଗ୍ରହାଳୟ ବନ୍ଦ ରହିଛିା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଦର୍ଶକମାନଙ୍କ ପାଇଁ ଭର୍ଚୁଆଲ ଟୁରର ବ୍ୟବସ୍ଥା କରାଯାଇଛିା ଦର୍ଶକମାନେ ଜୁନ୍ ୬ ତାରିଖ ଦିନ ଟୁଇଟର ଓ ଫେସବୁକ ପେଜ୍ @stscdev, @scstrti ଖୋଲି ଲାଂଜିଆ ସଉରାଙ୍କ ଘର ବିଷୟରେ ଜାଣିପାରିବେ ବୋଲି ଏସ୍ସିଏସ୍ଟିଆରଟିଆଇ ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତିା
ଲାଂଜିଆ ସଉରା ଜନଜାତିମାନେ ଗୋଟିଏ ବଖରା ଥିବା ଘରେ ରୁହନ୍ତିା ଗୋଟିଏ ପଟେ ଉଚ୍ଚ କାଠଭାଡ଼ିରେ ଶସ୍ୟ ସଂରକ୍ଷଣ କରାଯାଇଥାଏା ଏହାର ନିମ୍ନ ଭାଗରେ ଚୁଲି ଓ ଛୋଟ ମନ୍ଦିର ରହିଥାଏା
ଘରର ଅନ୍ୟ ପଟେ ଆକର୍ଷଣୀୟ "ଇଡ଼ିତାଲ' ଚିତ୍ରକଳା ରହିଥାଏା ଭୂତ, ପ୍ରେତ ଓ ଆତ୍ମାକୁ ତୋଷଣ କରିବା ପାଇଁ ଏହି ଚିତ୍ରକଳା ଅଙ୍କନ କରାଯାଇଥାଏା ବାରଣ୍ଡା ତଳକୁ ଘୁଷୁରୀ ଓ ଅନ୍ୟ ପକ୍ଷୀ ରଖିବାର ବ୍ୟବସ୍ଥା ରହିଥାଏା
"ଇଡ଼ିତାଲ ' ସଉରା ଜନ ଜାତି ସଂପ୍ରଦାୟର ଏକ ଆନୁଷ୍ଠାନକି ଚିତ୍ରକଳାା ନାଲି ଅକ୍ସାଇଡ୍ ପୃଷ୍ଠଭୂମି ଉପରେ ଚାଉଳ ଗୁଣ୍ଡରେ ଏହାକୁ ଅଙ୍କନ କରାଯାଇଥାଏା ପ୍ରତ୍ୟେକ ଧାର୍ମିକ ପୂଜାପାଠ ନିମନ୍ତେ ୬୨ ପ୍ରକାରର "ଇଡ଼ିତାଲ୍' ରହିଛିା ସଂପ୍ରତି ଏହି "ଇଡ଼ିତାଲ୍' ଚିତ୍ରକଳାକୁ କାଗଜ ଓ କାନଭାସ୍ ଉପରେ ମଧ୍ୟ ଅଙ୍କନ କରାଯାଉଛିା