ହେଡଲାଇନସ୍:

ପ୍ରତ୍ୟେକ ୩ ମାସ ବ୍ୟବଧାନରେ ଦିଶା ବୈଠକର ଆୟୋଜନ ହେବା ଉଚିତ : ସଂସଦ ରବୀନ୍ଦ୍ର ଜେନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

01-07-18-baripada.jpg - 91.99 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ମୁର୍ଗାବାଡ଼ିଠାରେ ଥିବା ପ୍ରୟାସ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଉନ୍ନୟନ ସମନ୍ୱୟ ଓ  ତଦାରଖ(ଦିଶା) କମିଟିର ତୃତୀୟ ବୈଠକ ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା  ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ବୈଠକର ପ୍ରାରମ୍ଭରେ ସାଂସଦ ଶ୍ରୀଜେନା ଜିଲ୍ଲାରେ ବିକାଶ କ୍ଷେତ୍ରରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟମ ମୂଳକ ତଥା ଜନକଲ୍ୟାଣକାରୀ ଲୋକାଭୀମୁଖୀ ଯୋଜନାଗୁଡ଼ିକର ସଫଳ ରୂପାୟନ ଦିଗରେ ଜିଲ୍ଲା ଦିଶା କମିଟି ବୈଠକ ଆୟୋଜନର ଉଦ୍ଦେଶ୍ୟ , ଆଭିମୁଖ୍ୟ ଓ ଗୁରୁତ୍ୱ ଉପରେ ଆଲୋକପାତ କରାଇବା ସହିତ ପ୍ରତ୍ୟେକ ୩ ମାସ ବ୍ୟବଧାନରେ ନିୟମିତ ଭାବେ ଦିଶା ବୈଠକର ଆୟୋଜନ ହେବା ସଂଗେସଂଗେ ଆଲୋଚନାର ସବିଶେଷ ବିବରଣୀ ଓ ନିର୍ଯ୍ୟାସ ସରକାରଙ୍କ ଗ୍ରାମ୍ୟ ମନ୍ତ୍ରଣାଳୟ ୱେବ ସାଇଟରେ ଆପଲୋଡ଼ କରାଇବା ପାଇଁ ପରାମର୍ଶ ଦେଇଥିଲେ । ବୈଠକରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକ୍ରମଗୁଡ଼ିକ ପ୍ରଶାସନିକ ତତ୍ୱାବଧାନରେ ସମ୍ପୃକ୍ତ ବିଭାଗ ଦ୍ୱାରା ତ୍ୱରାନ୍ୱିତ କରାଇବା ଦିଗରେ ବିଶେଷ ଭାବେ ଧ୍ୟାନ ଦିଆଯାଉଛି ଓ ବ୍ଲକସ୍ତରରେ ସମନ୍ୱୟ ରକ୍ଷା କରି ଯୋଜନାଗୁଡ଼ିକୁ ଆଗେଇ ନେବା କ୍ଷେତ୍ରରେ ଗୁରୁତ୍ୱାରୋପ ଦିଆଯାଉଛି ବୋଲି ପ୍ରକାଶ କରିଥିଲେ । ବ÷÷ଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ଉପସ୍ଥାପିତ କାର୍ଯ୍ୟସୂଚୀ ଅନୁସାରେ ବିଶେଷ କରି ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ଓ ସ୍ଥିତି ସମ୍ପର୍କରେ ବିଶଦ ଭାବେ ଆଲୋଚନା ମୂଳକ ସମୀକ୍ଷା କରାଯାଇଥିଲା ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଏହା ଉପରେ ସବିଶେଷ ବିବରଣୀ ଉପସ୍ଥାପିତ କରାଇଥିଲେ । ସେହିପରି ବିଭିନ୍ନ ଜନପ୍ରତିନିଧିମାନଙ୍କ ଦ୍ୱାରା ନିଜ ନିଜ ଅଞ୍ଚଳରେ ରାସ୍ତା, ପୋଲ, ବିଦୁ୍ୟତ୍ ଯୋଗାଣ, କୃଷି ଫସଲ ବୀମା ଆଦି ଉପରେ ଉତ୍ଥାପିତ ଆପତ୍ତି ଅଭିଯୋଗ ପ୍ରତି ତୀକ୍ଷଣ ଦୃଷ୍ଟି ଦେଇ ଯୋଜନା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଇବା ଉପରେ ସାଂସଦ ଶ୍ରୀଜେନା ଗୁରୁତ୍ୱାରୋପ କରିଥିଲେ । ସେହିପରି ଜିଲ୍ଲା ଖଣିଜ ପାଣ୍ଠି ପରିଚାଳନା,  ଟେଲି କମୁ୍ୟନିକେସନ ଓ ବିଏସଏନଏଲ ସେବା, ଜାତୀୟ ରାଜପଥ ଯୋଜା ଆଦି କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିବା ସମୟରେ ମୋରଡ଼ା ବିଧାୟକ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, କରଞ୍ଜିଆ ବିଧାୟକ ବିଜୟ ନାୟକ, ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁ, ପିଡ଼ି ଡ଼ିଆରଡ଼ିଏ ତୁଷାରକାନ୍ତି ମହାନ୍ତି, ଏପିଡ଼ି ବିଶିକେଶନ ଦେହୁରୀ ପ୍ରମୁଖଙ୍କ ସମେତ ବିଭିନ୍ନ ଲାଇନ ବିଭାଗ ପଦାଧିକାରୀ, ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଦିଶା କମିଟିର ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

0
0
0
s2sdefault