ହେଡଲାଇନସ୍:

ବକ୍ସମା ବସଷ୍ଟାଣ୍ଡ ଛକ ନିକଟରେ ମୁକୁଳା ଅବସ୍ଥାରେ ପଡ଼ିଛି ବିଦ୍ୟୁତ ଟ୍ରାନ୍ସଫର୍ମର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସମା ବସଷ୍ଟାଣ୍ଡ ଛକ ସମ୍ମୁଖରେ ବହୁ ବର୍ଷ ହେବ ଏହି ଟ୍ରାନ୍ସଫର୍ମର ବିପଦ ସଂକୁଳ ଅବସ୍ଥାରେ ରହିଛି l ଏହି ଟ୍ରାନ୍ସଫର୍ମର ପାଖରେ ବସଷ୍ଟାଣ୍ଡ ଓ ବ୍ୟାଙ୍କ,ଦୋକାନ ଥିବାରୁ ଖାଦ୍ୟ ଅନ୍ବେଷଣରେ ବୁଲା ଗାଈଗୋରୁ ଠାରୁ ଆରମ୍ଭ କରି ଅନେକ ଲୋକ ଯାତାୟାତ କରିଥାନ୍ତି l ଜନଗହଳି ପୂର୍ଣ୍ଣ ସ୍ଥାନରେ ବିନା ଆବଦ୍ଧରେ ଥିବା ଏହି ଟ୍ରାନ୍ସଫର୍ମର ଏବେ ବିପଦକୁ ଆମନ୍ତ୍ରଣ କରୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l ଏହି ରାସ୍ତା ଦେଇ ସାଇକେଲ, ବାଇକ ସହ ଅନ୍ୟାନ୍ୟ ଗାଡ଼ି ମଟର  ଯାତାୟାତ କରୁଥିବା ବେଳେ ଯଦି ଭୁଲବଶତଃ ଭାରସାମ୍ୟ ହରାଇ ବସେ ତାହେଲେ କଣହେବ ତାହା କହିହେବ ନାହିଁ l ଆଉ ମଧ୍ୟ ଗ୍ରାମର ଗାଈଗୋରୁଙ୍କ ପାଇଁ ବିପଦପୂର୍ଣ୍ଣ ରହିଛି l ତେବେ ଏହାକୁ ତୁରନ୍ତ ପଦକ୍ଷେପ ନେଇ ବିଦ୍ୟୁତ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରି ମୁକୁଳା ପଡିଥିବା ଟ୍ରାନ୍ସଫର୍ମର ଚତୁ ପାଶ୍ୱରେ ସୁରକ୍ଷା ବାଡ଼ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି l

0
0
0
s2sdefault