ହେଡଲାଇନସ୍:

ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ବିୟୋଗ : ମନ୍ତ୍ରୀ ପ୍ରତାପ ଜେନାଙ୍କ ଶୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷା ସଂଗଠକ, ସାରସ୍ୱତ ସାଧକ ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କର ଆଜି ପରଲୋକ ଘଟିଛି । ଶ୍ରୀ ବର୍ମା ଅସୁସ୍ଥ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । 

ତାଙ୍କ ବିୟୋଗରେ ପଚାଂୟତିରାଜ , ପାନୀୟଜଳ ,ଆଇନ , ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ଶୋକ ବାର୍ତାରେ କହିଛନ୍ତି ଯେ ଶ୍ରୀ ବର୍ମାଙ୍କ ବିୟୋଗ ଖବର ପାଇ ସେ ଦୁଃଖିତ ।  ସ୍ୱର୍ଗତ ଶ୍ରୀ ବର୍ମା ଓଡିଶା କାଜୁ ନିଗମର ଅଧ୍ୟକ୍ଷ ହୋଇଥିଲେ । ଜଣେ ଶିକ୍ଷକ ନେତା ଭାବେ ଖ୍ୟାତି ଅର୍ଜନ କରିଥିଲେ । ସେ ଜଣେ ମିଷ୍ଠଭାଷୀ , ସରଳ , ନିଷ୍କପଟ ପରୋପକାରୀ , ବନ୍ଧୁବଚ୍ଛଳ , ସମାଜସେବୀ ଥିଲେ । ମାହାଙ୍ଗା ଅଂଚଳର ବିକାଶ ପାଇଁ ସେ ସ୍ମରଣୀୟ ହୋଇ ରହିବେ । ତାଙ୍କର  ବିୟୋଗ ଅତ୍ୟନ୍ତ ଦୁଃଖ ଦାୟକ  ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରି ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।   

 

0
0
0
s2sdefault