ହେଡଲାଇନସ୍:

ଦୀର୍ଘ ଦିନ ହେବ ମିଳୁନି ସରକାରୀ କାମର ବିଲ୍ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶ୍ୟାମାଖୁଣ୍ଟା ବ୍ଲକରେ ତାଲା ପକାଇଲେ ଜନପ୍ରତିନିଧି, ବିଡିଓଙ୍କ ବିରୋଧରେ ଝାଡ଼ିଲେ ଅସନ୍ତୋଷ

ବାରିପଦା,/ ଦିଲ୍ଲୀପ ମହାନ୍ତି : - ପ୍ରାୟ ଦେଢ଼ ବର୍ଷରୁ ଅଧିକ ହେବ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ କରିସାରିବା ପରେ ମଧ୍ୟ ବ୍ଲକରୁ  ମିଳିନି ବିଲ୍। ଫଳରେ କାମ କରିଥିବା ନିର୍ବାଚିତ ଜନପ୍ରତିନିଧି ଏବଂ ଭେଣ୍ଡରମାନେ ନାନା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ବିଲ ପେମେଣ୍ଟ ନହେବାରୁ ବ୍ଲକ ଆଗରେ ଧାରଣାରେ ବସିବା ସହ ବ୍ଲକ ଅଫିସ୍ କୁ ତାଲା ମାରିଛନ୍ତି।ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ବ୍ଲକରେ ଘଟିଛି ଏପରି ଘଟଣା । ୪୯ ଏବଂ ୫୦ ନମ୍ବର ଜିଲ୍ଲାପରିଷଦ ସଦସ୍ୟ, ବ୍ଲକର ସମସ୍ତ ପଞ୍ଚାୟତ ସମିତି ମେମ୍ବର ,  ସରପଞ୍ଚ ଓ  ଭେଣ୍ଡରମାନେ ମିଶି ଆଜି ବ୍ଲକ କାର୍ଯ୍ୟାଳୟକୁ ତାଲା ମାରିଛନ୍ତି । ବ୍ଲକ୍ ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ଲକ ବିଡିଓଙ୍କ ଅନୁମୋଦନ ପରେ କାମ କରାଯାଇଥାଏ । ପରବର୍ତ୍ତୀ ପର୍ଯ୍ୟାୟରେ ଟଙ୍କା ଆସିଲା ପରେ ବିଡ଼ିଓ ସଂପୂର୍ଣ୍ଣ ହୋଇଥିବା କାମଗୁଡିକର ବିଲ୍ ପେମେଣ୍ଟ କରିଥାନ୍ତି । ହେଲେ ଆଜକୁ ପ୍ରାୟ ଦେଢ଼ ବର୍ଷଏଉ ଅଧିକ ହେବ ପଞ୍ଚାୟତ ଗୁଡିକର କାର୍ଯ୍ୟ ସରିଯାଇଥିଲେ ମଧ୍ୟ ବିଲ୍ ପୈଠ କରିନାହାନ୍ତି ଶ୍ୟାମାଖୁଣ୍ଟା ବ୍ଲକର ବିଡ଼ିଓ ଜୟକୃଷ୍ଣ ପାତ୍ର । ବିଲ୍ କରିବା ପାଇଁ ବାରମ୍ବାର ଅନୁରୋଧ ପରେ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲେ ବିଡ଼ିଓ। ଫଳରେ ଆଜି ସରପଞ୍ଚ ଏବଂ ଅନ୍ୟାନ୍ୟ ଜନପ୍ରତିନିଧିମାନେ ଏପରି ପଦକ୍ଷେପ ନେଇଥିବା କହିଛନ୍ତି ଖାଣ୍ଡିଆ ଗ୍ରାମପଞ୍ଚାୟତ ସରପଞ୍ଚ ଗୌରାଙ୍ଗ ଚରଣ ନାଏକ । ସେହିପରି ବ୍ଲକର କେବଳ ୨ଟି ପଞ୍ଚାୟତରେ ବିଡିଓ ବିଲ୍ ପେମେଣ୍ଟ କରିଥିବା ବେଳେ ଅନ୍ୟ ପଞ୍ଚାୟତ ଗୁଡିକରୁ ପି.ସି ନପାଇବାରୁ ବିଲ୍ ପେମେଣ୍ଟ କରୁନାହାନ୍ତି । ଯାହାକୁ ନେଇ ଆଜି ବ୍ଲକ ଅଧିନରେ ଥିବା ତମାମ ପଞ୍ଚାୟତ ଗୁଡ଼ିକର ଜିଲ୍ଲାପରିଷଦ ମେମ୍ବର , ପଞ୍ଚାୟତ ସମିତି ମେମ୍ବର , ସରପଞ୍ଚ ଓ ଭେଣ୍ଡର ମାନେ ଏକତ୍ରିତ ହୋଇ ବ୍ଲକ କାର୍ଯ୍ୟାଳୟ କୁ ତାଲା ମାରିବା ସହ ଧାରଣାରେ ବସିଥିବା ପ୍ରକାଶ କରିଛନ୍ତି ବାଲିଡିହା ଗ୍ରାମପଞ୍ଚାୟତ ସରପଞ୍ଚ ଗୁରୁପ୍ରସାଦ ଡାଙ୍ଗୁଆ ।  ଯେପର୍ଯ୍ୟନ୍ତ ବିଲ୍ ପେମେଣ୍ଟ ନହୋଇଛି ଏବଂ  ବିଡ଼ିଓ ଙ୍କୁ ବଦଳି ନକରାଯାଇଛି ସେପର୍ଯ୍ୟନ୍ତ ଧାରଣା ଦେବା ସହ ଆନ୍ଦୋଳନ ଜାରୀ ରଖିବେ ବୋଲି ଅଭିଯୋଗକାରୀମାନେ କହିଛନ୍ତି । ଅନ୍ୟପଟେ ବିଡ଼ିଓ ଆଜି ବ୍ଲକକୁ ଆସିନଥିଲେ। ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 

0
0
0
s2sdefault