ଭୁବନେଶ୍ୱର : କୋଭିଡ ମହାମାରୀ ସତର୍କତାକୁ ଦୃଷ୍ଟିରେ ରଖି ଭୁବନେଶ୍ବର- ନୂଆଦିଲ୍ଲୀ- ଭୁବନେଶ୍ବର ରାଜଧାନୀ ସ୍ବତନ୍ତ୍ର ଟ୍ରେନକୁ ବାତିଲ କରିଦିଆଯାଇଛି ।
02823- ଭୁବନେଶ୍ବରରୁ ଛାଡୁଥିବା ରାଜଧାନୀ ସ୍ବତନ୍ତ୍ର ଟ୍ରେନ ଭାୟା ଟାଟା ଚଳିତ ମାସ ଜୁନ୍-11,14,17 ଓ 18 ରେ ବାତିଲ ରହିବ।
02824-ନୂଆଦିଲ୍ଲୀରୁ ଛାଡୁଥିବା ରାଜଧାନୀ ସ୍ବତନ୍ତ୍ର ଟ୍ରେନ ଭାୟା ଟାଟା ଜୁନ୍-12,15,17 ଓ 19 ତାରିଖରେ ବାତିଲ ରହିବ।
02825- ଭୁବନେଶ୍ୱରରୁ ଛାଡୁଥିବା ରାଜଧାନୀ ସ୍ବତନ୍ତ୍ର ଟ୍ରେନ ଭାୟା ଆଦ୍ରା ଜୁନ୍-16 ତାରିଖ ଦିନ ବାତିଲ ରହିବ।
02826- ନୂଆଦିଲ୍ଲୀରୁ ଛାଡିବାକୁ ଥିବା ରାଜଧାନୀ ସ୍ବତନ୍ତ୍ର ଟ୍ରେନ ଭାୟା ଆଦ୍ରା ଜୁନ୍-18 ତାରିଖ ଦିନ ବାତିଲ ରହିବ।
02855- ଭୁବନେଶ୍ୱରରୁ ଛାଡୁଥିବା ରାଜଧାନୀ ସ୍ବତନ୍ତ୍ର ଟ୍ରେନ ଭାୟା-ସମ୍ବଲପୁର ଜୁନ୍-12 ଓ 19 ତାରିଖ ରେ ବାତିଲ ରହିବ।
02856- ନୂଆଦିଲ୍ଲୀ ରୁ ଛାଡୁଥିବା ରାଜଧାନୀ ସ୍ବତନ୍ତ୍ର ଟ୍ରେନ ଭାୟା- ସମ୍ବଲପୁର ଜୁନ-13 ଓ 20 ତାରିଖ ଦିନ ବାତିଲ ରହିବ।