ହେଡଲାଇନସ୍:

ଜଙ୍ଗଲ ଜାତ ଦ୍ରବ୍ୟ ଉତ୍ପାଦନର ଆୟ ବୃଦ୍ଧି ସମ୍ବନ୍ଧିତ  ପ୍ରଶିକ୍ଷଣ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

01-07-18-par.jpg - 130.90 kB

 ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ  : ଗଜପତି ଜିଲ୍ଲା ମୋହନା ବ୍ଲକ ସବୁ ପଞ୍ଚାୟତରେ ଭାଲିଆଗଣ୍ଡା ଗ୍ରାମରେ ଓଡିଶା ଆଦିବାସୀ ସଶକ୍ତିକରଣ ଓ ଜିବୀକା ନିର୍ବାହ   ବିଭାଗ ପକ୍ଷରୁ ଆଦିବାସୀ ମାନଙ୍କ ଜଙ୍ଗଲ ଜାତ ଦ୍ରବ୍ୟ ଉତ୍ପାଦନର ଆୟ ବୃଦ୍ଧି ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ୫ଟି ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କ ସମେତ ଅନ୍ୟାନ୍ୟ ୪୦ଜଣ ମହିଳା ମାନଙ୍କୁ ନେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ   ପ୍ରଭାତ କୁମାର ଘଡେଇ , ଜ୍ୟୋତିର୍ମୟ ପାଢୀ, ବିନୋଦ କୁମାର ବେହେରା,   ଚକ୍ରଧର ବଡରାମ ଓ ମୋହନାର ଦଣ୍ଡପାଣି ଓ ଫିଲିପ ସିଂହ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇଥିଲେ ।

ତଥା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧିକାରୀ  ପ୍ରଭାତ କୁମାର ଘଡେଇ, ଜଙ୍ଗଲ ଜାତ ଦ୍ରବ୍ୟରୁ କିଭଳି  ଅଧିକ ସୁଦୃଢ ହୋଇପାରିବ ସେ ସମ୍ପର୍କରେ ବୁଝାଇ ମହିଳା ମାନଙ୍କୁ ସଚେତନ କରାଇ ଥିଲେ | ସେହିଭଳି ଚକ୍ରଧର ବଡରାଳ  ଛତୁଚାଷ ଓ ମହୁଚାଷ ଉପରେ ବିସ୍ତୃତ ଭାବେ ବୁଝାଇ ଏହା କିଭଳି ଏକ ଲାଭ ଦାୟକ ଚାଷ ଏବଂ ଏହା ଦ୍ୱାରା କିଭଳି ଚାଷୀ ସ୍ୱାବଲମ୍ୱୀ ହୋଇପାରିବ ସେ ସମ୍ପର୍କରେ  ବୁଝାଇଥିଲେ ।

 

0
0
0
s2sdefault