ନୂଆଦିଲ୍ଲୀ : କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକାଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ତ୍ୱ | ତାଙ୍କ ଉପରେ ଆସ୍ଥା ପ୍ରକଟ କରି କଂଗ୍ରେସର ଜାତୀୟ ନେତୃତ୍ୱ ଦେଇଛନ୍ତି ଏଆଇସିସି ସଂପାଦକ ପଦ | ଏହାସହିତ ଛତିଶଗଡ ସହ ପ୍ରଭାରୀ ଦାୟିତ୍ଵ ମଧ୍ୟ ଦିଆ ଯାଇଛି କଂଗ୍ରେସର ଟାଣୁଆ ଯୁବ ନେତା ତଥା ସଂସଦ ସପ୍ତଗିରିଙ୍କୁ |
ଏହା ସହ ଆଉ ଚାରି ରାଜ୍ୟ ପାଇଁ ମଧ୍ୟ କଂଗ୍ରେସର ସହ ପ୍ରଭାରୀ ଘୋଷଣା କରିଛି । ବିଧାୟିକା ଦିପିକୀ ପାଣ୍ଡେଙ୍କୁ ଉତ୍ତରାଖଣ୍ଡ କଂଗ୍ରେସ ପାଇଁ ସହପ୍ରଭାରୀ ନିଯୁକ୍ତ କରାଯାଇଥିବା ବେଳେ ସଞ୍ଜୟ ଦତ୍ତଙ୍କୁ ହିମାଞ୍ଚଳ ପ୍ରଦେଶ ଦାୟିତ୍ୱ ଦିଆଯାଇ ତାମିଲନାଡ଼ୁ ଏବଂ ପୁଡୁଚେରୀର ସହପ୍ରଭାରୀ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । ଅନ୍ୟପଟେ ଇମ୍ରାନ ମାସୁଦଙ୍କୁ ଦିଲ୍ଲୀ ଏବଂ ବ୍ରିଜଲାଲ ଖାବ୍ରୀଙ୍କୁ ବିହାର ସହପ୍ରଭାରୀ ଭାବେ ନିଯୁକ୍ତ କରିଛି କଂଗ୍ରେସ |