ହେଡଲାଇନସ୍:

ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ପାଣିଗ୍ରାହୀଙ୍କ ପରଲୋକ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପଦ୍ମପୁର (ଶାସକ ପ୍ରଶାସକ): ପଦ୍ମପୁର ସହରର ହନୁମାନ ପଡା ନିବାସୀ ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ପାଣିଗ୍ରାହୀଙ୍କ ଆଜି ସକାଳେ ନୂଆପଡ଼ା ସ୍ଥିତ ହସ୍ପିଟାଲ ରେ ୮୦ ବର୍ଷ ବୟସରେ ପରଲୋକ ଘଟିଛି । ପାଇକମାଲ ବ୍ଲକ ଅନ୍ତର୍ଗତ ତୁମରିପାଏନ୍ ଗାଁରେ ଜନ୍ମିତ ସ୍ବର୍ଗତ ପାଣିଗ୍ରାହୀ ସତୁରି ଦଶକ ରେ ପଦ୍ମପୁର କୁ ନିଜର କର୍ମଭୂମି ଭାବେ ବାଛି ନେଇଥିଲେ । ଜଣେ ଦକ୍ଷ ଆଇନଜୀବୀ ଭାବେ ତାଙ୍କର ବେଶ୍ ନାଁ ଥିଲା । ସେ କିଛି ବର୍ଷ ବାର ଆସୋସିଏସନ ର ସଭାପତି ଦାୟିତ୍ବ ତୁଲାଇ ଥିଲେ । ବିଜୁ ଜନତା ଦଳର ଜଣେ ସକ୍ରିୟ ସଭ୍ୟ ଭାବେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ତୁଲାଇ ଥିଲେ । ଆଇନ ବ୍ଯବସାୟ ଓ ରାଜନୀତି ସହିତ ସେ ଅନେକ ସାମାଜିକ ସଂଗଠନ ସହିତ ମଧ୍ଯ ଯୋଡି ହୋଇ ଥିଲେ । ତାଙ୍କର ମରଶରୀର ନିଜ ବାସଗୃହ କୁ ପହଞ୍ଚିବା ପରେ ଅନେକ ବ୍ଯକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ସେ ତାଙ୍କ ପଛରେ ବିଧବା ପତ୍ନୀ,ପୁଅ ବୋହୁ,ଦୁଇ ଝିଅ,ଦୁଇ ଜ୍ବାଇଁ,ନାତି ନାତୁଣୀ ଙ୍କ ସମେତ ଆତ୍ମା ସ୍ବଜନକୁ ଛାଡି ଚାଳି ଯାଇଛନ୍ତି । ସହରର ସ୍ବର୍ଗଦ୍ବାର ରେ ତାଙ୍କର ମର ଶରୀର କୁ ଦାହ କରା ଯାଇଥିଲା । ଏକ ମାତ୍ର ପୁତ୍ର ବାଳ ଗୋପାଳ ପାଣିଗ୍ରାହୀ ମୁଖାଗ୍ନି ଦେଇଥିଲେ । ତାଙ୍କର ବିୟୋଗରେ ସହର ରେ ଶୋକର ଛାୟା ଖେଳି ଯାଇଛି ।

0
0
0
s2sdefault