ହେଡଲାଇନସ୍:

ଡକାୟତି ଉଦ୍ୟମ, ୫ ଗିରଫ : ଛୁରୀ,ବାଇକ ,ମୋବାଇଲ,ଟଂକା ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ (ଶାସକ ପ୍ରଶାସକ): ବରଗଡ ଜିଲ୍ଲା ଜଗଦଲପୁର ଥାନା ଅଂଚଳରେ ଏକ ଟିମ ରାସ୍ତା ଉପରେ ଲୋକମାନଂକୁ ଭୟଭୀତ କରି ଡକାୟତି କରୁଥିବା ଅଭିଯୋଗରେ ୫ ଜଣକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ଝାରବନ୍ଧ ଗ୍ରାମର ଉଷତଲାଲ ସାହୁ ଜୁନ ୧ ତାରିଖରେ ନିଜର ଚାଷ କରିବା ପାଇଁ ଛତିଶଗଡ ରାଜ୍ୟ ବଲୋଦାରୁ ୧ ହଳ ବଳଦ ପିକଅପ ଓଡି୧୭ ଏସ ୭୬୬୩ରେ ନେଇ ଆସୁଥିଲେ ।ଜଗଦଲପୁର ଥାନା ଅଧିନସ୍ଥ ଧଉରାଭଟା ଛକ ନିକଟରେ କେତେକ ଦୁର୍ବୃତ୍ତ  ତିନିଟି ବାଇକ ଯୋଗେ ଆସି ଛୁରୀ ଦେଖାଇ ଅଟକାଇ ଥିଲେ ।ଉଷତଲାଲ, ପୁଅ ପ୍ରେମରାଜ ଓ ଡ୍ରାଇଭର ମୁକେଶ କୁମ୍ଭାରକୁ ଛୁରୀରେ ମାରିଦେବାକୁ ଉଦ୍ୟମ କରୁଥିଲେ ।ତାକ ଠାରୁ ୩ହଜାର ଟଂକା ଲୁଟି ନେଇଥିଲେ ।ଖବର ପାଇ ଝାରବନ୍ଧର କେତେକ ଯୁବକ ବିଭିନ୍ନ ସ୍ଥାନରେ ଛାନଭିନ କର ଜଣେ ଲୁଟେରାକୁ କାବୁ କରି ଥାନାକୁ ନେଇଥିଲେ ।ତା ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରି ପୋଲିସ ଜଗଦଲପୁର ଗ୍ରାମର ପୁରନ୍ଦର ସରାଫ,ଗୁଡ୍ଡୁ ପଟେଲ,ଅଜୟନ୍ତ ବାଗ,ଯଶୋବନ୍ତ ପଟେଲ,ହେମାନନ୍ଦ ପଟେଲକୁ ଗିରଫ କରିଛି।ତାଂକ ଠାରୁ ଛୁରୀ,୩ହଜାର ଟଂକା,ଗୋଟିଏ ମୋବାଇଲ ଓ ଘଟଣାରେ ବ୍ୟବହୃତ ବାଇକ ଓଡି ୦୩ ଏଫ ୯୩୯୫,ଓଡି ୧୭ ଏମ ୮୩୭୮,ଓଆର ୦୩ ଜି ୪୮୨୩କୁ ଜବତ କରିଛି ।ଥାନା କେଶ ନଂ-୫୯/୨୦୨୧ ଧାରା ୩୯୫ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତମାନଂକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ବୀରବର ଭଗତଂକ ଠାରୁ ପ୍ରକାଶ ।

0
0
0
s2sdefault