ପଦ୍ମପୁର – ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ କାର୍ତ୍ତିକ ଦାସ ସରକାରୀ ଚାକିରୀରୁ ଅବସର ନେଇଛନ୍ତି । ଏହି ଅବସରରେ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ଭୁଏଙ୍କ ସଭାପତିତ୍ଵରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ଓ ମୋ ସ୍କୁଲ ଅଭିଯାନର ସଭାପତି ଋଷଭ ସାହୁ ଓ ଚନ୍ଦ୍ରଭାନୁ ପ୍ରଧାନ ଅତିଥି ରୂପେ ଯୋଗଦାନ କରିଥିଲେ । ବିଦ୍ୟାଳୟ ପରିବାର ତରଫରୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରଯାଇଥିଲା । ପରି ଶେଷରେ ରାଜେଶ କୁମାର ଖମାରି ଧନ୍ଯବାଦ ଦେଇଥିଲେ । ଏଥିରେ ବିଦ୍ୟାଳୟର ଜିତେନ୍ଦ୍ର ପଣ୍ଡା ,ଗଙ୍ଗାଧର ମହାନ୍ତି,ମୋହନ ବନଛୋର, ପ୍ରଶାନ୍ତ ସାହୁ ,ଅଭିଳାଷ ସାହୁ ,ହରେକୃଷ୍ଣ ମେହେର ,କୃଷ୍ଣ ପଧାନ, ପଦ୍ମନାଭ ବୁଡେକ, ନନ୍ଦଗୋପାଳ ବନଛୋର ପ୍ରମୁଖ ସହଯୋଗ କରିଥିଲେ ।
ରାଜ୍ୟ
ଅବସରକାଳୀନ ସମ୍ବର୍ଦ୍ଧନା ସଭା
- Hits: 649