ହେଡଲାଇନସ୍:

ବିଦ୍ୟୁତ ଖେଳୁଛି ଲୁଚକାଳୀ, ଲୋକଙ୍କ ଯାତନା ଗଲାଣି ବଳି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଦାରିଙ୍ଗବାଡ଼ି ବ୍ଲକ ଅଂଚଳର ବିଦ୍ୟୁତର ଲୁଚକାଳୀ ଖେଳ ଯୋଗୁଁ ବିଦ୍ୟୁତ ଉପଭୋକ୍ତା ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି I ଟିକିଏ ପବନ ହେଉ କିମ୍ବା ଟିକିଏ ବର୍ଷା ହେଉ ବିଦ୍ୟୁତ ବିଭାଗ ମାନମାନୀ ଆରମ୍ଭ କରୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I ଲୋକଙ୍କୁ ସଠିକ ଭାବେ ବିଦ୍ୟୁତ ସେବା ଯୋଗାଇ ପାରୁନି ବିଦ୍ୟୁତ ବିଭାଗ I ଏହି ୧୦ ଦିନ ହେବ ଦାରିଙ୍ଗବାଡ଼ି ସମେତ ସିମନବାଡ଼ି, ଶ୍ରାନିକେତା ଭଳି ଅଂଚଳରେ ୨୪ ଘଣ୍ଟା ରୁ ୭ ଘଣ୍ଟା ମଧ୍ୟ ବିଦ୍ୟୁତ ରହୁନଥିବା ବେଳେ ଉପାନ୍ତ ଅଂଚଳ କୁହାଯାଉଥିବା ବ୍ରାହ୍ମଣୀଗାଁ, ଗୋଦାପୁର, ସରାମୁଲି, କୁମ୍ଭାରୀଗାଁ, ହାତୀମୁଣ୍ଡା, ତାଜୁଙ୍ଗିଆ, ଝିଞ୍ଜିରିଗୁଡା, ଭଳି ପଞ୍ଚାୟତରେ ସପ୍ତାହରେ ୩ ଦିନ ମଧ୍ୟ ଲୋକେ ବିଦ୍ୟୁତ ସେବା ପାଇ ପାରୁନ ଥିବା କହି ଛନ୍ତି I ବିଦ୍ୟୁତ ସଠିକ ଭାବେ ନରହିବା ଦ୍ୱାରା ଅଂଚଳରେ ବିଏସଏନଏଲ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି I ନେଟ ସେବା ମଧ୍ୟ ଲୋକଙ୍କୁ ସଠିକ ଭାବେ ମିଳୁନାହିଁ I ଯାହା ପାଇଁ ଛାତ୍ରଛାତ୍ରୀ ଅନଲାଇନ ସେବା ପାଇବାରୁ ବଞ୍ଚିତ ହେଉ ଥିବା ଅଭିଭାବକ କହିଛନ୍ତି I ଅନ୍ୟପକ୍ଷେ ବର୍ତ୍ତମାନ କୋଭିଡ଼ ପାଇଁ ଲକଡାଉନ ଓ ସଟଡାଉନ ଜାରି ରହିଥିବା ବେଳେ ଲୋକ ଘରୁ ନବାହାରି ଘରେ ଘରେ ହିଁ ରହୁଛନ୍ତି I ଘରେ ରହି ଲୋକେ ବିରକ୍ତ ହେଉଥିବା ବେଳେ ନିଜର ମନୋରଞ୍ଜନ କରିବା ପାଇଁ ଟିଭି ଟିକେ ମଧ୍ୟ ଦେଖିପାରୁନାହାନ୍ତି I ଯଦ୍ୱାରା ଘରେ ରହି ଲୋକେ ବିରକ୍ତ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି I ବିଦ୍ୟୁତ ସମସ୍ୟା ଏଭଳି ଲାଗି ରହୁଥିଲେ ସୁଦ୍ଧା ବିଦ୍ୟୁତ ବିଭାଗର ଆନ୍ତରିକତାର ଅଭାବ ଯୋଗୁଁ ଅଂଚଳବାସୀ ସଠିକ ସେବା ପାଇପାରୁନଥିବା ଦାରିଙ୍ଗବାଡ଼ି  ଅଂଚଳବାସୀ ଅଭିଯୋଗ କରିଛନ୍ତି I ଏଣୁ ଏଥିପ୍ରତି ବିଦ୍ୟୁତ ବିଭାଗୀର ଉଚ୍ଚପଦସ୍ତ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।

0
0
0
s2sdefault