ହେଡଲାଇନସ୍:

ଏବେ ଚର୍ଚ୍ଚାରେ ବ୍ଲେସି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଶିଆଳି ପତ୍ରରେ ପ୍ରସ୍ତୁତ କରି ପୋଷାକ ଓ ତୁଣ୍ଡି ପିନ୍ଧା ଫୋଟ ବେସ୍ ଭାଇରାଲ ହେବାରେ ଲାଗିଛି I ମୁଣ୍ଡରେ ଫୁଲ ଓ ପତ୍ରରେ ସଜା ହୋଇଥିବା ବେଳେ ଡାଳ , ପତ୍ର ଏବଂ ଫୁଲରେ ଅତି ସୁନ୍ଦର ଭାବେ ସଜା ହୋଇଛି ପୋଷାକ I ଏହା ଏବେ  ମୋବାଇଲରୁ ମୋବାଇଲ ଘୁରି ବୁଲୁଛି I ଯାହାକୁ ଚାରି ବର୍ଷର କୁନି ଝିଅ ପିନ୍ଧିଛି ।  କେହି ଜଣେ ଏହି ଫୋଟ ଉଠାଇ ଫେସ ବୁକରେ ପୋଷ୍ଟ କରିଛି । ଏହା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ତେରାବାଡ଼ି ଗ୍ରାମର କୁନି ଝିଅ ବ୍ଲେସି ପ୍ରଧାନ ବୋଲି ଜଣାପଡ଼ିଛି I ଛୋଟ ଝିଅ ବୟସ ମାତ୍ର ୪ ବର୍ଷ ହେଲେ ମଧ୍ୟ ତାଙ୍କ ପାଖରେ ରହିଛି କୁଆଡ଼େ ଅନେକ ପ୍ରତିଭା I କୁନି ଝିଅଟି ବେଶ ଖୁସିରେ ଏହି ପୋଷାକଟି ପିନ୍ଧିଛି I ପତ୍ର ଓ ଫୁଲକୁ ଅତି ସୁନ୍ଦର ଭାବେ ମୁଣ୍ଡରେ ଖୋସି ସେ ଜଙ୍ଗଲ ମଧ୍ୟରେ ଉଠାଇଥିବା ଫୋଟଟି ଅତି ଆକର୍ଷଣ ହୋଇଛି I ଏହାକୁ ନେଇ ସେ ଏବେ ଖୁବ ଚର୍ଚ୍ଚାରେ ଅଛି  I ତାର ନିଆରା ଫୋଟ ପାଇଁ ଘରେ ଘରେ ସେ ଏବେ ବେଶ ପରିଚିତ ହୋଇଯାଇଛି I ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକର ବଣ ପାହାଡ଼ ଘେରା  ଅଞ୍ଚଳରେ ବହୁ ପ୍ରତିଭା ରହିଥିବାର ଏହା ଏକ ନମୁନା ବୋଲି  ସାଧାରଣରେ ମତ ପ୍ରକାଶ ପାଇଛି I

0
0
0
s2sdefault